
ଛତ୍ରପୁର ୨୩/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ରାଜ୍ୟରେ ଆଇଏଏସ ସ୍ତରରେ ବ୍ୟାପକ ଅଦଳ ବଦଳ ହୋଇଛି। ଗତ କାଲି ରାତିରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତି ତାଲିକାରେ ମୋଟ ୪୯ ଜଣଙ୍କର ନାମ ଉଲ୍ଲେଖ ରହିଛି। ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡା ପ୍ରାୟ ୩ ବର୍ଷ ଧରି ଏଠାରେ କାର୍ଯ୍ୟ କରିବା ପରେ ତାଙ୍କର ପୁରୀ ଜିଲ୍ଲାକୁ ଜିଲ୍ଲାପାଳ ଭାବେ ବଦଳି ହୋଇଛି। ସେହିପରି ପୂର୍ବରୁ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିବା କୀର୍ତ୍ତି ଭାସନ ଭି ଙ୍କର ଗଞ୍ଜାମ ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ଜଣାପଡିଛି। ଗଞ୍ଜାମ ଜିଲ୍ଲା କୀର୍ତ୍ତି ଭାସନଙ୍କ ପାଇଁ ନୂଆଁ ନୁହେଁ । ଏହି କର୍ତ୍ତବ୍ୟନିଷ୍ଠ ଆଇଏଏସ୍ ଅଧିକାରୀ ଗଞ୍ଜାମରେ ତାଙ୍କର ପୂର୍ବ ଭୂମିକାରୁ ବ୍ୟାପକ ଅଭିଜ୍ଞତା ଆଣିଛନ୍ତି, ଯେଉଁଥିରେ ଗଞ୍ଜାମ ଜିଲ୍ଲା ଗ୍ରାମୀଣ ବିକାଶ ସଂସ୍ଥା (DRDA)ର ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବ୍ରହ୍ମପୁର ସବ-କଲେକ୍ଟର ପ୍ରମୁଖ ଭୂମିକା ରହିଛି।