ଏନସିଇଆରଟି ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପଡ଼ିବା ପ୍ରସଙ୍ଗ: ସ୍ପଷ୍ଟ କଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ଵର: ଏନସିଇଆରଟି ପାଠ୍ୟପୁସ୍ତକରୁ ଓଡିଶାର ପାଇକ ବିଦ୍ରୋହ ଭଳି ଆଞ୍ଚଳିକ ବିପ୍ଳବକୁ ବାଦ ଦିଆଯାଇଥିବା ଅଭିଯୋଗକୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଭିତ୍ତିହୀନ ଏବଂ ଅସତ୍ୟ ବୋଲି କହିଛନ୍ତି। ଏ ସମ୍ପର୍କରେ ସ୍ପଷ୍ଟିକରଣ ଦେଇ ଶ୍ରୀ ଗଣ୍ଡ କହିଛନ୍ତି ଯେ, ପାଇକ ବିଦ୍ରୋହ ବ୍ରିଟିଶ ଓ ଉପନିବେଶବାଦ ବିରୋଧରେ ଓଡିଶାର ପ୍ରଥମ ସାମରିକ ବିଦ୍ରୋହ ଏବଂ ଏହା ପାଇକମାନଙ୍କର ବୀରତ୍ବ ଏବଂ ସଂକଳ୍ପର ଗୁରୁତ୍ବପୂର୍ଣ୍ଣ ନିଦର୍ଶନ।ଏହି ବିଦ୍ରୋହ ସମ୍ପର୍କରେ ଗଣମାଧ୍ୟମରେ ଗଣମାଧ୍ୟମରେ ଭୁଲ ତଥ୍ୟ ପରିବେଷଣ କରାଯାଇଛି। ପ୍ରକୃତ ତଥ୍ୟ ଏନସିଇଆରଟି ପାଠ୍ୟପୁସ୍ତକର ଦ୍ବିତୀୟ ସଂସ୍କରଣରେ ସ୍ଥାନୀତ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *