
ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ପୌରାଞ୍ଚଳ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ‘ଔଦ୍ୟୋଗିକ ଶିକ୍ଷା ଓ କୃତ୍ରିମ ବୁଦ୍ଧିମତାର ପ୍ରଶିକ୍ଷଣ ଶିବିର’ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ୫ଟି ବ୍ଲକରୁ ୧୦୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟରୁ ୧୦୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପ୍ରଶିକ୍ଷଣ ନେଇଥିଲେ। ଏହି ପ୍ରଶିକ୍ଷଣ ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲୁରହିଥିଲା l ଯାଜପୁର ଜିଲ୍ଳାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ମହେଶ୍ୱର ସାହୁ ଉକ୍ତ ପ୍ରଶିକ୍ଷଣକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅନିତା ନାୟକଙ୍କ ସଭାପତିତ୍ୱ ରେ ଉଦ୍ଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସବିତା ସାହୁ ସମ୍ମାନିତ ଅତିଥି ଏବଂ ବିଜ୍ଞାନ ନିରୀକ୍ଷକ କୁମାରସେନ୍ ସେନାପତି ଜିଲ୍ଲା ସଂଯୋଜକ ରୂପେ ଯୋଗଦାନ କରିଥିଲେ l ପ୍ରଶିକ୍ଷକ ଭାବେ ମେକରଘାଟ ତରଫରୁ ବରିଷ୍ଠ ପ୍ରୋଗ୍ରାମ ମ୍ୟାନେଜର କପିଳାସ ଆଦବର ଓ ପ୍ରକଳ୍ପ ସଂଯୋଜକ ରାମଶେଖର ନାଥ ପ୍ରଶିକ୍ଷଣ ଦେଇଥିଲେ l ବିଦ୍ୟାଳୟରେ ପିଲାମାନଙ୍କୁ ବିଭିନ୍ନ କ୍ରିୟା କଳାପ ମାଧ୍ୟମରେ ଔଦାଗିକ ଶିକ୍ଷା ଓ କୃତ୍ରିମ ବୁଦ୍ଧିମତାର ଶିକ୍ଷା କିପରି ଦିଆଯାଇପାରିବ ସେ ବିଷୟରେ ଅବଗତ କରାଇଥିଲେ l ଶେଷ ଦିବସର ଅପରାହ୍ନରେ ଉକ୍ତ ପ୍ରଶିକ୍ଷଣ ଶିବିରର ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁରମା ମହାପାତ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଓ ମେକରଘାଟର ପ୍ରଶିକ୍ଷକ ମାନେ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ଉକ୍ତ ପ୍ରଶିକ୍ଷଣର ଗୁରୁତ୍ୱ ଓ ସଫଳତା ବିଷୟରେ ଅବଗତ ହୋଇଥିଲେ l ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l ଏ ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନା କରିବାରେ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।