ସରକାରଙ୍କ ସମର୍ଥନ ଦ୍ୱାରା ଭାରତରେ ରେକର୍ଡ ନିବେଶ ଆକର୍ଷିତ କରୁଛନ୍ତି ସେମିକଣ୍ଡକ୍ଟର ଷ୍ଟାର୍ଟଅପ୍

ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ଦିନକୁ ଦିନ ମଜବୁତ ହେଉଛି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପ୍ରସ୍ତୁତି ଆଧାରିତ ପ୍ରୋତ୍ସାହନ ଯୋଜନା ଏବଂ ଚିପ୍ସ ଟୁ ଷ୍ଟାର୍ଟଅପ୍ (ସିଟୁଏସ୍‌) କାର୍ଯ୍ୟକ୍ରମ ଅଧୀନରେ ସମର୍ଥିତ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ଗୁରୁତ୍ୱପୂର୍ଣ୍ଣ ନିବେଶ ହାସଲ କରୁଛନ୍ତି।ସରକାରଙ୍କ ଚିପ୍ ଡିଜାଇନ୍ ଯୋଜନା ଅଧୀନରେ ସମର୍ଥିତ ଏକ ଷ୍ଟାର୍ଟଅପ୍ ନେତ୍ରସେମିକୁ ୧୦୭ କୋଟି ଟଙ୍କାର ଭେଞ୍ଚର କ୍ୟାପିଟାଲ୍ ନିବେଶ ମିଳିଛି। କମ୍ପାନୀ ସ୍ମାର୍ଟ ଭିଜନ୍, ସିସିଟିଭି କ୍ୟାମେରା ଏବଂ ଇଣ୍ଟରନେଟ୍ ଅଫ୍ ଥିଙ୍ଗସ୍ (ଆଇଓଟି) ଆପ୍ଲିକେସନ୍ ପାଇଁ ଚିପ୍ସ ତିଆରି କରିବା ଉପରେ କାମ କରୁଛି।କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ସ୍ୱାଗତ କରି କହିଛନ୍ତି, ‘‘ଭାରତର ଗୁରୁତ୍ୱପୂର୍ଣ୍ଣ ନିର୍ମାଣ କ୍ଷମତା ରହିଛି। ଭାରତରେ ସେମିକଣ୍ଡକ୍ଟର ଡିଜାଇନକୁ ସମର୍ଥନ କରୁଥିବା ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ସହିତ ନେତ୍ରସେମିର ସଫଳତା ଅନ୍ୟ ଭାରତୀୟ ଷ୍ଟାର୍ଟଅପ୍‌ଗୁଡ଼ିକୁ ଉତ୍ସାହିତ କରିବ।’’୨୦୨୨ରେ ନିର୍ମାଣ ଆଧାରିତ ପ୍ରୋତ୍ସାହନ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଚିପ୍‌ ଡିଜାଇନ ବା ପ୍ରସ୍ତୁତି କରୁଥିବା ୨୨ଟି କମ୍ପାନୀର ପ୍ରକଳ୍ପଗୁଡ଼ିକୁ ୨୩୪ କୋଟି ଟଙ୍କାର ସହାୟତା ଯୋଗାଇ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକର ମୋଟ୍‌ ମୂଲ୍ୟ ହେଉଛି ୬୯୦ କୋଟି ଟଙ୍କା। ଏହି ଚିପ୍ସଗୁଡ଼ିକ ସିସିଟିଭି କ୍ୟାମେରା, ମୋବାଇଲ୍ ନେଟୱାର୍କ, ସାଟେଲାଇଟ୍, କାର, ସ୍ମାର୍ଟ ଡିଭାଇସ୍ ଇତ୍ୟାଦିରେ ବ୍ୟବହୃତ ହେବ। ଏହି ଷ୍ଟାର୍ଟଅପଗୁଡ଼ିକ ମିଳିତ ଭାବରେ ଭେଞ୍ଚର କ୍ୟାପିଟାଲିଷ୍ଟ ନିବେଶକଙ୍କଠାରୁ 380 କୋଟିରୁ ଅଧିକ ଟଙ୍କାର ନିବେଶ ସଂଗ୍ରହ କରିଛନ୍ତି। ପାଞ୍ଚଟି ଷ୍ଟାର୍ଟଅପ୍ ପୂର୍ବରୁ ବିଶ୍ୱସ୍ତରୀୟ ଚିପ୍ ନିର୍ମାତାଙ୍କ ସହିତ ସେମାନଙ୍କର ଚିପ୍ ଡିଜାଇନ୍ ନିର୍ମାଣ ଏବଂ ପରୀକ୍ଷଣ କରିସାରିଛନ୍ତି। ଚିପ୍ସ ଡିଜାଇନ୍ କରିବାରେ ସାହାଯ୍ୟ କରିବା ପାଇଁ ୭୨ ରୁ ଅଧିକ କମ୍ପାନୀକୁ ଉନ୍ନତ ସଫ୍ଟୱେର୍ ଉପକରଣର ପ୍ରବେଶ ଦିଆଯାଇଛି।ଉଦାହରଣସ୍ୱରୂପ ସିସିଟିଭି ଚିପ୍‌ ଡିଜାଇନ୍‌ କରୁଥିବା ମାଇଣ୍ଡଗ୍ରୁଭ୍‌ ଟେକ୍ନୋଲୋଜି ୮୫ କୋଟି ଟଙ୍କାର ନିବେଶ ହାସଲ କରିଛି । ଉପଗ୍ରହ ଯୋଗାଯୋଗ ଚିପ୍‌ ଡିଜାଇନ କରୁଥିବା ଫର୍ମିଓନିକ୍‌ ଡିଜାଇନ୍‌ ୫୦ କୋଟି ଟଙ୍କାର ନିବେଶ ହାସଲ କରିଛି। ମୋର୍ଫିଂ ମେସିନ, ଇନକୋର୍‌ ସେମିକଣ୍ଡକ୍ଟର ଏବଂ ବିଗ୍‌ ଏଣ୍ଡିଆନ୍‌ ସେମିକଣ୍ଡକ୍ଟର ଉତ୍ପାଦନ ସ୍ତରରେ ପହଞ୍ଚିବା ଲାଗି ଦ୍ରୁତ ଗତିରେ ବିକଶିତ ହେଉଛନ୍ତି।ଏକ ‘ଉତ୍ପାଦ ରାଷ୍ଟ୍ର’ ହେବାର ମନୋଭାବ ନେଇ ସରକାର ନୂଆ କମ୍ପାନୀଗୁଡ଼ିକୁ ଚିପ୍ ଡିଜାଇନ୍‌ରେ ଦୃଢ଼ ପଦକ୍ଷେପ ନେବାକୁ ଉତ୍ସାହିତ କରୁଛନ୍ତି । ଏଭଳି କମ୍ପାନୀଗୁଡ଼ିକର ଚିପ୍ସ ଉତ୍ପାଦନକୁ ବୃଦ୍ଧି କରିବା ଏବଂ ବଜାରକୁ ଆଣିବା ପାଇଁ ଘରୋଇ ନିବେଶକମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି।

Leave a Reply

Your email address will not be published. Required fields are marked *