ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ ଲକ୍ଷ୍ୟ ୪ ହଜାର ୩୪୦ ଟଙ୍କା ସହ ୧୯ ଟି ମୋବାଇଲ ଫୋନ ଜବତ ଦୁଇଟି କାର, ୫ଟି ମଟର ସାଇକେଲ ଜବତ

ଭଞ୍ଜନଗର ୨୫/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦ୍ଦେଶରେ ଭଞ୍ଜନଗର ଏସଡ଼ିପିଓ ଙ୍କ ନେତୃତ୍ୱ ରେ ଏକ ପୋଲିସ ଗୁରୁବାର ମଧ୍ୟ ରାତିରେ ଝାଡଭୂମି ପଞ୍ଚାୟତର ତରଭ ବରକୋଳିଆ ଅଞ୍ଚଳରେ ଏକ ଅସ୍ଥାୟୀ ଗୃହରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୯ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪ ଲକ୍ଷ୍ୟ ୪ ହଜାର ୩୪୦ଟଙ୍କା ସହ ୧୯ ଟି ମୋବାଇଲ ଫୋନ ଜବତ ଦୁଇଟି କାର,୫ ଟି ମଟର ସାଇକେଲ ପ୍ରାୟ ୨୫ ମୁଠାରୁ ଉର୍ଦ୍ଧ ତାସ ଜବତ ହୋଇଛି I
କେଶ ନଂ.୩୩୩/୨୫ ରେ ମାମଲା ରୁଜୁ କରାଯାଇ ତଦନ୍ତ  ଚଳାଇଛି  ଜଗନ୍ନାଥ ପ୍ରସାଦ ପୋଲିସ ।  ବାରକୋଳିଆ ଅପହଞ୍ଚ ଅସ୍ଥାୟୀ ଘରେ ଜୁଆଖେଳ ଚାଲିଥିବା ଖବରପାଇ ପ୍ରାୟ ମଧ୍ୟ ରାତ୍ର ରେ ପୋଲିସ ଚଢ଼ାଉ କରିଥିଲେ I ଭଞ୍ଜନଗର ଏସଡିପିଓ ଡ଼. ଦୀପକ କୁମାର ମିଶ୍ର ନେତୃତ୍ୱରେ ଏକ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଵା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *