
ବ୍ରହ୍ମପୁର: ଦଲାଲ ମୁକ୍ତ ପାଇଁ ଏମକେସିଜିରେ କଡାକଡି କଟକଣା । ବିଭାଗୀୟ ମୁଖ୍ୟଙ୍କ ବିନା ଅନୁମତି ପତ୍ରରେ ଅନ୍ୟତ୍ର ଯାଇପାରିବେ ନାହିଁ ରୋଗୀ । ରୋଗୀ ସେବାରେ ଅବହେଳା ଠାରୁ ଆରମ୍ଭ କରି ବିଭିନ୍ନ ଘରୋଇ ହସ୍ପିଟାଲକୁ ଦଲାଲଙ୍କ ଜରିଆରେ ରୋଗୀ ଚାଲାଣ ନେଇ ଅନେକ ଅଭିଯୋଗ ଆସୁଥିବା ବେଳେ ଶେଷରେ ଏମକେସିଜି ମେଡିକାଲକୁ ଦଲାଲ ମୁକ୍ତ ପାଇଁ କର୍ତ୍ତୁପକ୍ଷଙ୍କ ପକ୍ଷରୁ କଡାକଡି କରାଯିବ କଟକଣା । ଏଣିକି ଦକ୍ଷିଣ ଓଡିଶାର ଏହି ରେଫରାଲ୍ ହସପିଟାଲକୁ ରୋଗୀ ଆମ୍ୱୁଲାନ୍ସ ଯୋଗେ ଆସିପାରିବେ ହେଲେ ଏଠାରୁ ସୁସ୍ଥ ହୋଇ ନଫେରିବା ପର୍ଯ୍ୟନ୍ତ ବିଭାଗୀୟ ମୁଖ୍ୟଙ୍କ ବିନା ଅନୁମତି ପତ୍ରରେ ଅନ୍ୟତ୍ର ଯାଇପାରିବେ ନାହିଁ । ଏଭଳି ନିୟମ କୁ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ ସୁରକ୍ଷାକର୍ମୀ ମୁଖ୍ୟ ଫାଟକରେ କଡାକଡି ଯାଞ୍ଚ କରିବେ ।ଦଲାଲମୁକ୍ତ ହେବ ଏମକେସିଜି ବ୍ରହ୍ମପୁର ଏମକେସିଜି ମେଡିକାଲରୁ ରାଜ୍ୟର ବିଭିନ୍ନ ଘରୋଇ ଚିକିତ୍ସାଳୟକୁ ନିୟମିତ ଭାବରେ ରୋଗୀ ଚାଲାଣ ହେଉଥିବା ନେଇ ଅନେକ ଦୁନାମ ଆସିବା ପରେ ଶେଷରେ ଏହାକୁ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗ୍ରହଣ କରାଯାଇଛି କଡାକଡି ପଦକ୍ଷେପ । ମୁଖ୍ୟତଃ ବ୍ରହ୍ମପୁରକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ମାନଙ୍କୁ ବିଭିନ୍ନ ସମୟରେ କେତେକ ଖଳ ପ୍ରଭୂତିର ବ୍ୟକ୍ତିବିଶେଷ ବିଭିନ୍ନ ପ୍ରକାର କଥା କହି ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଥିବା ବେଳେ ଏପରି ନିୟମ କଡାକଡି କାର୍ଯ୍ୟକାରୀ ହେଲେ ସେହି ବ୍ୟକ୍ତିବିଶେଷ ମାନେ ଅନ୍ୟତ୍ର ଯିବା କଷ୍ଟକର ହୋଇପଡିବ । ଏପରିକି କୌଣସି ରୋଗୀ ଯଦି ମେଡିକାଲର ଜରୁରୀ କାଳୀନ ଚିକିତ୍ସା ପାଇବା ପାଇଁ କାଜୁଆଲଟିରେ ଭର୍ତ୍ତି ହୋଇଥାଏ ତାହା ହେଲେ ତାହାକୁ ସେଠାରେ ଚିକିତ୍ସା ଯୋଗାଇଦେବା ପରେ ମେଡିକାଲର ଅଧିକ ଚିକିତ୍ସା ପାଇଁ ଆବଶ୍ୟକୀୟ ପାଇଁ ସଂପୃକ୍ତ ବିଭାଗକୁ ପଠାଇ ଦିଆଯିବ । ସେଠାରେ ଅଧିକ ଚିକିତ୍ସା କରାଯାଇ ସୁସ୍ଥ ହୋଇ ରୋଗୀ ଟିଏ ଘରକୁ ଫେରିବ । କିନ୍ତୁ କୌଣସି ରୋଗୀଙ୍କ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବାର ଆବଶ୍ୟକତା ରହିଥିଲେ ସଂପୃକ୍ତ ବିଭାଗୀୟ ମୁଖ୍ୟ ହିଁ ତାହାର କାରଣ ଲିଖିତ ଭାବରେ ଦେବା ପରେ ହିଁ ସେ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇପାରିବ ।କାଜୁଆଲଟିରେ ରହିବ କଟକଣାଏମକେସିଜି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ହେବାକୁ ଥିବା କଟକଣା ମଧ୍ୟରେ ରୋଗୀଙ୍କ ସହିତ ମାତ୍ର ଦୁଇ ଜଣ ରୋଗୀଙ୍କ ସଂପର୍କୀୟ ଜରୁରୀକାଳୀନ ସେବା ପାଇଁ ଉଦ୍ଧିଷ୍ଟ କକ୍ଷକୁ ଯାଇପାରିବେ । ଏମକେସିଜି ମେଡିକାଲର କାଜୁଆଲଟିରେ ଆବଶ୍ୟକ ସ୍ଥାନ ଠାରୁ ଅଧିକା ରୋଗୀ ନିୟମିତ ଭାବରେ ଚିକିତ୍ସିତ ହେଉଥିବା ବେଳେ ରୋଗୀଙ୍କ ସଂପର୍କୀୟ ଭିଡ ଯୋଗୁଁ ନାନା ସମସ୍ୟା ଦେଖିବାକୁ ମିଳିଥାଏ । ଅଧୀକ୍ଷକ ଡାକ୍ତର ଦୁର୍ଗାମାଧବ ଶତପଥୀ ଏ ମର୍ମରେ ସବୁ ବିଭାଗକୁ କଡ଼ା ଚିଠି ଲେଖିବା ସହ ସମସ୍ତେ ନିୟମ ମାନିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲର କାଜୁଆଲଟିରେ ପୋଲିସ ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କରାଯାଇଛି ଅନୁରୋଧ । ବିଭିନ୍ନ ସମୟରେ ଦଲାଲ ମାନେ ଭଲ ଚିକିତ୍ସା ଯୋଗାଇ ଦେବାର ପ୍ରତିଶୃତି ଦେଇ ରୋଗୀ ଚାଲାଣ କରାଯାଉଥିବା ବେଳେ ତାହାକୁ ଏହାରି ମାଧ୍ୟମରେ ରୋକାଯାଇପାରିବ ବୋଲି କୁହାଯାଇଛି । ଏପରି କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଧରିବା ସହିତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି ।ଘରୋଇ କ୍ଲିନିକରେ କାମ କରୁଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନବ୍ରହ୍ମପୁର ସହରରେ ରହିଥିବା ଘରୋଇ କ୍ଲିନିକ୍ ଓ ହସପିଟାଲରେ କେଉଁ ଡାକ୍ତର ଓ ମେଡିକାଲ କର୍ମଚାରୀ କାର୍ଯ୍ୟ କରୁଛନ୍ତି ତାହାର ଏକ ତାଲିକା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯିବାକୁ ସ୍ଥିର କରାଯାଇଛି । ଏପରିକି ଏହି ଡାକ୍ତର ଓ କର୍ମଚାରୀ ମାନେ ମେଡିକାଲରେ ଦିଆଯାଇଥିବା ଡ୍ୟୁଟି ସମୟରେ ଯଦି ଘରୋଇ କ୍ଲିନିକରେ କାର୍ଯ୍ୟ କରୁଥିବାର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମେଡିକାଲର ଅଧିକ୍ଷକ । ବିଭିନ୍ନ ସମୟରେ ମେଡିକାଲର କାଜୁଆଲଟି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ବରିଷ୍ଠ ଡାକ୍ତରଙ୍କ ଅନୁପସ୍ଥିତ ରହୁଥିବା ଭଳି ଅଭିଯୋଗ ହୋଇଆସୁଥିବା ଯୋଗୁଁ ଏଣିକି ଏହି ଜରୁରୀକାଳୀନ ଚିକିତ୍ସା ସେବା ପାଇଁ କେଉଁ ସମୟରେ କେଉଁ ଡାକ୍ତରଙ୍କ ଡ୍ୟୁଟି ରହିଛି ତାହାର ତାଲିକା ସର୍ବସାଧାରଣଙ୍କ ପାଇଁ ସୂଚିତ କରାଯିବ । ଏଭଳି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ ।ବ୍ରହ୍ମପୁର ଏମକେସିଜି ମେଡିକାଲରେ ଏପରି ପଦକ୍ଷେପ କଡାକଡି ଭାବେ କାର୍ଯ୍ୟକାରୀ ହେଲେ ରୋଗୀ ମାନେ ଦଲାଲ ହାବୁଡରୁ ରକ୍ଷା ପାଇବା ସହିତ ରୋଗୀ ସେବା କ୍ଷେତ୍ରରେ ଅନେକ ସୁଫଳ ମିଳିବ ବୋଲି କହିଛନ୍ତି ବ୍ରହ୍ମପୁର ସହର ବାସିନ୍ଦା ପ୍ରଦୀପ କୁମାର ସାହୁ । ପୂର୍ବରୁ ଏମକେସିଜି ମେଡିକାଲରେ ଅନେକ ସମୟରେ ରୋଗୀ ମାନେ ବିଭିନ୍ନ ମିଥ୍ୟା ପ୍ରଲୋଭନର ଶିକାର ହୋଇ ଅନେକ ଧନଜୀବନ କ୍ଷତି ଘଟିଥିବାର ନଜର ରହିଥିବା ବେଳେ ଏହାକୁ କଡାକଡି କରି ସାଧାରଣ ଜନତାଙ୍କ ଯେପରି ସୁଫଳ ପାଇପାରିବେ ସେ ନେଇ ଆହୁରି ଅଧିକ କଡାକଡି ପଦକ୍ଷେପ ନେବାର ଆବଶ୍ୟକତା ରହିଥିବା କହିଛନ୍ତି ରୋଗୀଙ୍କ ସଂପର୍କୀୟ ସମ୍ୱିତ କର