କୁଶଭଦ୍ରାରେ ଭାସିଗଲା କାର୍; ବର୍ତ୍ତିଗଲେ କଟକ ବିଡିଓ

ପୁରୀ (ବଳରାମ ତ୍ରିପାଠି, ଓଡ଼ିଶା ଟୁଡେ) : ପୁରୀ ବେଳାମାର୍ଗରେ ନଦୀକୁ ଖସିଲା କାର। ନଈରେ ଭାସିଗଲା କାର୍। ଅଳ୍ପକେ ବର୍ତ୍ତିଲେ କଟକ ସଦର ବିଡିଓ ଏବଂ ତାଙ୍କ ପତ୍ନୀ। ଉଭୟ ଗୁରୁତର ହୋଇଛନ୍ତି। ପାରକିଙ୍ଗ ସ୍ଥଳରେ ଗାଡି ବୁଲାଇବା ଵେଳେ ଅସାବଧନତା ଯୋଗୁ ଗାଡିଟି ନଦୀ ଭିତରକୁ ଖସି ପଡିଥିଲା। କଟକ ସଦର ବିଡ଼ିଓ ପ୍ରତୀକ ସାହୁ ଓ ସ୍ତ୍ରୀ ପୁରୀ, କୋଣାର୍କ ବୁଲିଯିବାକୁ ଆସିଥିଲେ। କୋଣାର୍କରୁ ୧୦ କିଲୋମିଟର ଦୂରରେ ଥିବା ଏକ ଘରୋଇ ହୋଟେଲକୁ ଖାଇବାକୁ ଯାଉଥିଲେ। ସେଠାରେ ଗାଡିକୁ ପାର୍କିଂରେ ରଖିବା ପାଇଁ ଵୁଲାଇବା ବେଳେ କୁଶଭଦ୍ରା ନଦୀରେ ଖସି ପଡ଼ିଥିଲା। ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା କୋଣାର୍କ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅଵସ୍ଥା ଗୁରୁତର ହେବାରୁ ପୁରୀର ଏକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମ୍ଭାବ୍ୟ ବନ୍ୟା ପାଇଁ ହେଡକ୍ୱାଟର ନ ଛାଡିବା ପାଇଁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଥିଲା। ଏହା ଭିତରେ ବିଡିଓ କାହିଁକି ଚନ୍ଦ୍ରଭାଗା ଯାଇଥିଲେ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *