ଭଞ୍ଜନଗରର ବିଭିନ୍ନ ସ୍ଥାନରେ କାର୍ଗିଲ ବିଜୟ ଦିବସ ପାଳନ

ଭଞ୍ଜନଗର,୨୭/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ):- ଗଞ୍ଜାମ ଜିଲ୍ଲାର ଭଞ୍ଜନଗରର ବିଭିନ୍ନ ସ୍ଥାନରେ ଆଜି କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ କାର୍ଗିଲ ଭବନ ଠାରେ ଜାତୀୟ ପତକା ଉତ୍ତୋଳନ ସହ ଯୁଦ୍ଧ ସମୟର ପରିସ୍ଥିତି ଓ ବିଜୟ ସଂର୍ପକରେ ସଂଘର ସଦସ୍ୟ ମାନେ ବକ୍ତବ୍ୟ ରଖିଥିଲେ। କାର୍ଗିଲ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବାନ ଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମହେନ୍ଦ୍ର ସ୍ବାଇଁ, ତ୍ରିନାଥ ଗୌଡଙ୍କ ସମେତ ବହୁ ସଦସ୍ୟ ସାମଲି ହୋଇଥିଲେ। ସେହିପରି ଡିଏଭି ପିଟିଏସ୍ଆର୍ ପବ୍ଳିକ ସ୍କୁଲ ପରିସରରେ ମଧ୍ୟ କାର୍ଗିଲ ଦିବସ ପାଳିତ ହୋଇଛି। ପ୍ରଧାନଶିକ୍ଷକ ମାନସ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ କାର୍ଗିଲ ଦିବସ ପାଳନ ସଂର୍ପକରେ ଯୁଦ୍ଧ ଆରମ୍ଭ ଠାରୁ ଶେଷ ସହ ଦେଶ ମାତୃକା ପାଇଁ ସୈନିକ ମାନଙ୍କ ଗୌରବମୟ ଭୂମିକା ସଂର୍ପକରେ କହିଥିଲେ। ଶିକ୍ଷକ ସତ୍ୟନାରାୟଣ ପୃଷ୍ଟି ଦିବସ ପାଳନ ସଂର୍ପକରେ କହିଥିବା ବେଳେ ଶିକ୍ଷୟତ୍ରୀ ମୋନାଲିସା ପଣ୍ଡା ପରିଚାଳନା କରିଥିଲେ। ଏଥିରେ ଏସ୍ଏସିଟି ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ସେହିପରି ନେକ୍ଟଜେନ୍ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନରେ ମଧ୍ୟ କାର୍ଗିଲ ଦିବସ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସେନା ଅଧିକାରୀ କ୍ୟାପଟେନ ମହେନ୍ଦ୍ର କୁମାର ସ୍ବାଇଁ, ଅବସରପ୍ରାପ୍ତ ସୂଚନା ପ୍ରସାରଣ ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ, ସମାଜସେଵୀ ଶୁଳପାଣି ଶତପଥୀ, ପ୍ରଭଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା ସଂଯୋଜନା କରିଥିଲେ। ଏହାକୁ ମେରା ଯୁବ ଭାରତ ଅନୁଷ୍ଠାନର ଦୀପ୍ତିମୟୀ ବେହେରା, ପ୍ରଶାନ୍ତ କୁମାର ରାଉତ ପ୍ରମୋଦ କୁମାର ପ୍ରଧାନଙ୍କ ସମେତ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *