ଭଞ୍ଜନଗର: କୁଲାଡ଼ ରେ ବନ ମହୋତ୍ସବ ଏବଂ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ୨୮/୦୭( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଆଜି ଭଞ୍ଜନଗର ବ୍ଲକ କୁଲାଡ଼ କବି ସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବନ ମହୋତ୍ସବ ଏବଂ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନା ଉପସ୍ଥିତ ରହି ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଏସଆଇ ସମୀର କୁମାର ସେଠି ଲକ୍ଷ୍ମୀଧର ମାହାନ୍ତି, ରୋଟାରି କ୍ଲବ ସଭାପତି ରଂଜିତ କୁମାର ବାରିକ, ସମ୍ପାଦକ ଗୁପ୍ତେଶ୍ୱର ସୁବୁଦ୍ଧି, ବସନ୍ତ କୁମାର ପାତ୍ର, ବନପାଳ ଶରତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଗୌରୀ ନନ୍ଦନ ହୋତା, ବରିଷ୍ଠ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ମଲ୍ଲିକ, ସୂର୍ଯ୍ୟ ନାରାୟଣ ବେହେରା, ଲକ୍ଷ୍ମୀଧର ସଂଗ୍ରାମ ସିଂ, ଆଲୋକ ସ୍ୱାଇଁ, ଶିକ୍ଷୟିତ୍ରୀ ଶୁଭଶ୍ରୀ ପ୍ରଧାନ, ସ୍ଵାଗତିକା ସୁଆର, ଦୀପିକା ରଥ, ଲୋପାମୁଦ୍ରା ପଟ୍ଟନାୟକ, ପୁଷ୍ପାଞ୍ଜଳି ପଣ୍ଡା, ଦୀପ୍ତିମୟୀ ପ୍ରଧାନ, ସୋନାଲି ପ୍ରଧାନ, କଳ୍ପନା କୁମାରୀ ଗୌଡ଼, ଅନିଶା ପାତ୍ର ଏବଂ ପୂର୍ବତନ ଶିକ୍ଷକ ଦିବାକର ପାତ୍ର, କିରାଣୀ ବସନ୍ତ କୁମାର ତାରିଣୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଥାନାଧିକାରୀ ଶ୍ରୀ ଜେନା ପିଲାମାନଙ୍କୁ ସାଇବର ଅପରାଧ ଉପରେ ପିଲାମାନଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିପଦର ବନ୍ଧୁ ଉପସଭାପତି ଅରକ୍ଷିତ ପରିଛା ମଞ୍ଚ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *