କଦଳୀ ବଗିଚା ନଷ୍ଟ କରିବା ସହ ନଡ଼ିଆ ଗଛ ଭାଙ୍ଗିଲେ ହାତୀପଲ, ଘରେ ପଶି;

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଭାଗଭାଗ ହୋଇ ବୁଲୁଛନ୍ତି ୨୯ ହାତୀ। ଗତ ସପ୍ତାହକ ମଧ୍ୟରେ ୫୦ରୁ ଉଦ୍ଧର୍‌ବ ଘର ଭାଙ୍ଗିଲେଣି ଏହି ୨୯ ଟିକିଆ ହାତୀପଲ। ରବିବାର ବିଲମ୍ବିତ ରାତିରେ ୨୯ ଟିକିଆ ହାତୀପଲ ପାଟଣା ରେଞ୍ଜ ସୋରାସକୋଲା ପଞ୍ଚାୟତ ତୁଳସୀପୁରରେ ଥିବା ହରିହର ନନ୍ଦଅରଣ୍ୟାଶ୍ରମରେ ବ୍ୟାପକ ନଷ୍ଟ କରିଛନ୍ତି।ହାତୀପଲ ଆଶ୍ରମ ଘରର ୨ଖମ୍ବ ଭାଙ୍ଗିବା ସହ ୨ ନଡ଼ିଆ ଗଛ ଉପାଡ଼ି ପଇଡ ଡାଳପତ୍ର ନଷ୍ଟ କରିବା ସହ ଖାଇ ଯାଇଛନ୍ତି। ଏଥିସହ ଆଶ୍ରମର କଦଳୀ ବଗିଚାର ସମସ୍ତ ଗଛ ଖାଇବା ସହ ଦଳିଚକଟି ନଷ୍ଟ କରିଛନ୍ତି। ଏହି ପଞ୍ଚାୟତ ଜିଆଣିସାହିର ୨ଟି ଘର ଭାଙ୍ଗି ଚାଉଳ ଖାଇ ଦେଇଛନ୍ତି। ଏଥିସହ ତୁଳସୀପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ର ଝରକାକୁ ଭାଙ୍ଗି ଘର ଭିତରେ ପିଲାମାନଙ୍କ ପାଇଁ ଥିବା ମୁଢ଼ି, ଲଡୁ, ସୋଲାକୁ ଖାଇଦେଇଛନ୍ତି। ହାତୀପଲ ଏକ ସପ୍ତାହରୁ ଊଦ୍ଧର୍‌ବ ହେବ ଏ ଅଞ୍ଚଳରେ ଆତଙ୍କ ଖେଳାଇ ଘରଦ୍ୱାର ଭାଙ୍ଗିବା ସହ ଧାନଚାଷକୁ ଦଳିଚକଟି ନଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *