ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ଵର: ଆସନ୍ତା ମାସ ୨୮ ତାରିଖରେ ପାଳିତ ହେବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଆଜି ନୂଆଁଖାଇ ପାଇଁ ବଲାଙ୍ଗିର ଜିଲ୍ଲାରେ ଲଗ୍ନ ଧାର୍ଯ୍ୟ ହୋଇଛି। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ବିଶୁଦ୍ଧ ତୁଳା ଲଗ୍ନ ମାହେନ୍ଦ୍ର ବେଳାରେ ନବାନ୍ନ ଲାଗି ହେବ। ସକାଳ ୯ଟା ୪୭ରୁ ୧୧ଟା ୧୧ ମଧ୍ୟରେ ଇଷ୍ଟଦେବୀ ମାଁ ପାଟଣେଶ୍ବରୀ ଏବଂ ମାଁ ସମଲେଶ୍ବରୀଙ୍କଠାରେ ନବାନ୍ନ ଲାଗି ହେବ। ଏହାପରେ ଜନସାଧାରଣ ନବାନ୍ନ ଭକ୍ଷଣ କରିପାରିବେ।ବଲାଙ୍ଗୀର ଶୈଳେଶ୍ରୀ ପ୍ୟାଲେସସ୍ଥିତ ଶିବ ମନ୍ଦିରଠାରେ ପାଟଣା ମହାରାଜାଙ୍କ ହାଉସହୋଲଡ ଅଫିସ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବଲାଙ୍ଗୀର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା କମିଟି ପକ୍ଷରୁ ନୂଆଁଖାଇର ଲଗ୍ନ ଧାର୍ଯ୍ୟ କରାଯାଇଛି। ମା ପାଟଣେଶ୍ବରୀ ଏବଂ ପାଟଣା ମହାରାଜା ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ରାଶି ନକ୍ଷତ୍ର ମେଳକ କରି ନୂଆଁଖାଇର ଲଗ୍ନ ଧାର୍ଯ୍ୟ କରାଯାଇଥିବା ରାଜ ପୁରୋହିତ ସନ୍ତୋଷ କୁମାର ଦାସ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *