ସ୍କୁଲର 7-8 ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଶିକ୍ଷକ ଗିରଫ, ନିଲମ୍ବନ କଲା ଶିକ୍ଷା ବିଭାଗ

କେନ୍ଦ୍ରାପଡା: ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଓ ଅସଦାଚରଣ ମାମଲା ବଢିବାରେ ଲାଗିଛି । ବାଲେଶ୍ବର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା ଥମିନଥିବା ବେଳେ କେନ୍ଦ୍ରାପଡାର ରାଜନଗରରୁ ଜଣେ ଶିକ୍ଷକଙ୍କ ନାଁରେ ଆସିଛି ଅସଦାଚରଣ ମାମଲା । ସ୍କୁଲର 7ରୁ 8 ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ସମ୍ପୃକ୍ତ ଶିକ୍ଷକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ ଶିକ୍ଷା ବିଭାଗ ତାଙ୍କୁ ନିଲମ୍ବନ କରିଛି । ଡ।ଙ୍ଗମାଳ ଅଞ୍ଚଳରେ ଥିବା ଏକ ଉଚ୍ଚ ମାଧ୍ୟମିକ ସ୍କୁଲରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି । ସ୍କୁଲର ସହକାରୀ ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲ୍ଲିକଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ରହିଛି । ସ୍କୁଲର ଅଧ୍ୟକ୍ଷ ମାନସ ନାରାୟଣ ମିଶ୍ରଙ୍କ ଏନେଇ ତାଳଚୁଆ ମେରାଇନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଅସାଦଚରଣ ଅଭିଯୋଗ କଣ କହିଲେ ସ୍କୁଲ ଅଧ୍ୟକ୍ଷ ?

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ନାରାୟଣ ମିଶ୍ରଙ୍କ,” ଜିଲ୍ଲାପାଳ ଓ ଡିଇଓ ସାରଙ୍କ ଚିଠି ଅନୁଯାୟୀ ଗତ ଶୁକ୍ରବାର ଦିନ ମୁଁ କେନ୍ଦ୍ରାପଡା ମିଟିଂ ଆଟେଣ୍ଡ କରିବା ପାଇଁ ଯାଇଥିଲି । ମୁଁ ଆମର ସହକାରୀ ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲିକଙ୍କୁ ସ୍କୁଲ ଦାୟିତ୍ୱ ଦେଇ ଯାଇଥିଲି । ମୋ ଯିବାର ୪୦-୪୫ ମିନିଟ ସମୟ ମଧ୍ୟରେ ଆମ ସ୍କୁଲର ଜଣେ ଶିକ୍ଷୟତ୍ରୀ ମୋତେ ଫୋନ କରି ସପ୍ତମ ଶ୍ରେଣୀର ୭-୮ ଜଣ ଛାତ୍ରୀ ଶିକ୍ଷକ ଅମର ପ୍ରସାଦ ସେମାନଙ୍କୁ ଅସଦାଚରଣ ରିବା ସହ ଅଶାଳୀନ ମନ୍ତବ୍ୟ ଦେଇଥିବା ମୋତେ ଜଣାଇଥିଲେ । ଏହା ପରେ ଶନିବାର ଘଟଣାର ଅନୁଧ୍ୟାନ କରାଯିବ ବୋଲି କହିଥିଲି ।

’ଦୋଷ ସ୍ବୀକାର କଲେ ଶିକ୍ଷକ, ଆତ୍ମହତ୍ୟା ପାଇଁ ଚେତାବନୀ:ସେ ଆହୁରି କହିଛନ୍ତି, ‘ଅଭିଯୋଗ ପରେ ଗତ ଶନିବାର ଆମେ ଛାତ୍ରୀ ମାନଙ୍କର ଅଭିଭାବକ ମାନଙ୍କୁ ଡାକିଥିଲୁ,ଅସଦାଚରଣ ଶିକାର ହୋଇଥିବା ଛାତ୍ରୀଙ୍କ ସମେତ ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନଙ୍କୁ ଡକାଯାଇ ପିଲାମାନଙ୍କ ଯାହା ସବୁ ସମସ୍ୟା ଥିଲା ସେମାନେ ସେଗୁଡିକ କହିଲେ। କିଛି ପିଲା ଅସଦାଚରଣ ସମ୍ପର୍କରେ ମୁହଁ ଖୋଲି କହିଥିବା ବେଳେ କିଛି ପିଲା ଭୟଭୀତ ଥିଲେ, ଆଲୋଚନା ବେଳେ ମଲିକ ସାର ନିଜ ଦୋଷ ସ୍ୱୀକାର କଲେ ଓ ଏନେଇ ଅଧିକ ତର୍ଜ୍ଜମା ହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଏନେଇ ଡିଇଓଙ୍କୁ ଏ ସମ୍ପର୍କରେ ଅବଗତ କରିଛି।ଅସଦାଚରଣ ସମ୍ପର୍କରେ ଲିଖିତ ଭାବେ ୫ଟି ଅଭିଯୋଗ ଆସିଛି ଆଉ ନବମ ଶ୍ରେଣୀର କିଛି ପିଲା ମଧ୍ୟ ମୌଖିକ ଅଭିଯୋଗ କରିଛନ୍ତି । ଶିକ୍ଷକ ଜଣଙ୍କ ଉଭୟ ମୌଖିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗରେ ଉଲ୍ଲେଖ ରହିଛି ।

ଅମର ମଲିକ ଏହି ବିଦ୍ୟାଳୟରେ ୨୦୧୦ ମସିହାରୁ ଶିକ୍ଷାଦାନ କରୁଛନ୍ତି ।’ଅଧ୍ୟକ୍ଷଙ୍କ ଅଭିଯୋଗ ପରେ କୋର୍ଟ ଚାଲାଣ ହେଲେ ଶିକ୍ଷକ:ଶନିବାର ସ୍କୁଲ ପରିସରରେ ଏନେଇ ଏକ ବୈଠକ ପରେ ଘଟଣାରେ ସମ୍ପୃକ୍ତ ଶିକ୍ଷକ ଅମର ଆତ୍ମହତ୍ୟା କରିବାର ଚେତାବନୀ ଦେବା ପରେ ଅଧ୍ୟକ୍ଷ ତାଳଚୁଆ ମେରାଇନ ପୋଲିସ ସହାୟତା ନେଇଥିଲେ । ଏନେଇ ଥାନା ଅଧିକାରୀ ବିମଳ ମଲ୍ଲିକ ଇଟିଭି ଭାରତକୁ କହିଛନ୍ତି,”ଘଟଣା ସମ୍ପର୍କରେ ଅଧ୍ୟକ୍ଷ ଲିଖିତ ଏତଲା ଦେଇଥିଲେ ଓ ୯୧/୨୦୨୫ ରେ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯାଇ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ୧୨୬(୨),୧୧୫(୨),୭୪ ଓ ୭୯ ବିଏନଏସ ଧାରାରେ କେଶ ଏଣ୍ଟ୍ରି କରାଯିବା ସହ ୮ ଏବଂ ୧୨ ପୋକ୍ସୋ ଆକ୍ଟ ଲଗାଯାଇ ଗତକାଲି ଶିକ୍ଷକ ଅମରଙ୍କୁ କୋର୍ଟ ଚାଲାଣ କରାଯାଇଛି

Leave a Reply

Your email address will not be published. Required fields are marked *