
ନୂଆଦିଲ୍ଲୀ: ସଂସଦରେ ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଝଡ । ମହିଳା ସୁରକ୍ଷାକୁ ନେଇ ସଂସଦ ବାହାରେ ବିଜେଡି ସାଂସଦଙ୍କ ବିରୋଧ ପ୍ରଦର୍ଶନ । ଓଡିଶା ସରକାରଙ୍କ ବିରୋଧରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି ବିଜେଡି ସାଂସଦ । ଏହି ବିରୋଧରେ ରାଜ୍ୟସଭା ସାଂସଦ ସମ୍ବିତ ପାତ୍ର, ମୁନ୍ନା ଖାଁ, ମାନସ ମଙ୍ଗରାଜ, ସୁଭାଶିଷ ଷଡଙ୍ଗୀ ଓ ନିରଞ୍ଜନ ବିଶି ସାମିଲ ହୋଇଛନ୍ତି ।ସଂସଦ ବାହାରେ ରାଜ୍ୟସଭା ସାଂସଦଙ୍କ ବିରୋଧ ପ୍ରଦର୍ଶନବିଜେଡି ସାଂସଦ ସମ୍ବିତ ପାତ୍ର କହିଛନ୍ତି ‘‘ ଯେଉଁଭଳି ଭାବେ ଝିଅ ଓ ମହିଳାଙ୍କ ଉପରେ ଅତ୍ୟାଚାର ହେଉଛି, ଓଡିଶା ସରକାର ସମ୍ପୂର୍ଣ୍ଣ ଭାବେ ମହିଳାଙ୍କୁ ସୁରକ୍ଷା ଯୋଗାଇବାରେ ଅସମର୍ଥ । ଏଥିପାଇଁ ଆଜି ବିଜେଡି ସାଂସଦ ବିରୋଧ ପ୍ରଦର୍ଶନ କରୁଛନ୍ତି । ଆମେ ନ୍ୟାୟିକ ତଦନ୍ତ ଦାବି କରୁଛୁ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଧ୍ବସ୍ତ ହୋଇଥିବା ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ହେଉ କି ପୁରୀରେ ଛାତ୍ରୀଙ୍କୁ ଜଳାଇବା ଘଟଣାର ଜଣାପଡୁଛି । ଏଥିପାଇଁ ଆମେ ନ୍ୟାୟ ଦାବି କରୁଛୁ ’’।ଗତ ଜୁଲାଇ ୨୦ ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଉଦବୋଧନ ଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ ଯେ ‘‘ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ମହିଳା ଏବଂ ଶିଶୁ କନ୍ୟାଙ୍କ ବିରୁଦ୍ଧରେ ଘୃଣ୍ୟ ଅପରାଧ ମଧ୍ୟ ଉଦବେଗଜନକ ଭାବରେ ବୃଦ୍ଧି ପାଉଛି। ୧୯ ଜୁଲାଇରେ ପୁରୀ ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକାକୁ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିଲେ। ଏହା ପୂର୍ବରୁ ପ୍ରାୟ ୨୦ ଦିନ ତଳେ ୫ ଜଣ ବିଜେପି ସ୍ଥାନୀୟ ନେତା ବିଏମସିର ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିଥିଲେ ଯାହାଙ୍କୁ ପରେ ଗିରଫ କରାଯାଇଥିଲା। ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଓଡ଼ିଶା ବିଜେପି ସରକାର କିପରି ସମ୍ପୂର୍ଣ୍ଣ ଆଇନ ବିହୀନ ହେବା ସହ ଅରାଜକତାରେ ଓଡ଼ିଶାକୁ ଶାସନ କରୁଛି’’ । ଏଥର ମୌସୁମୀ ଅଧିବେଶନରେ ଏ ସମସ୍ତ ପ୍ରସଙ୍ଗ ବିଜେଡି ଉପସ୍ଥାପନ କରିବ ବୋଲି ପର୍ବରୁ ସସ୍ମିତ ସ୍ପଷ୍ଟ କରିଥିଲେ ।ଗତ ଶୁକ୍ରବାର ଡଷ୍ଟବିନ ପ୍ରୋଟେଷ୍ଟ କର ଦେଶବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କଂଗ୍ରେସ । ସେପଟେ ଆଜିଠୁ ସଂସଦର ଉଭୟ ଗୃହରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ 16 ଘଣ୍ଟା ଧରି ହେବ ଆଲୋଚନା । ଆଜି ଲୋକସଭାରେ ଓ କାଲି ରାଜ୍ୟସଭାରେ ଅପରେସନ ସିନ୍ଦୂର ପ୍ରସଙ୍ଗ ଆଲୋଚନା ହେବ । ସେହିପରି ବିହାର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ସରକାର ଉତ୍ତର ଦେବା ନେଇ ବିରୋଧୀ ଦାବି କରୁଛନ୍ତି । ଗତ ଜୁଲାଇ 21ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ 12 ପର୍ଯ୍ୟନ୍ତ ଚାଲିବ ।