ବୈତରଣୀ ନଦୀ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର କ୍ଷୟ କ୍ଷତି: ଜିଲ୍ଲାପାଳ କଲେ ପ୍ରାଥମିକ ଆକଳନ

ଭଦ୍ରକ:ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ବନ୍ୟାରେ ୧ ଲକ୍ଷ ୮୮ ହଜାର ଲୋକ ପ୍ରଭାବିତ ହେବା ସହ ପ୍ରାୟ ୪୦ ଟି ପଞ୍ଚାୟତ କ୍ଷତି ଗ୍ରସ୍ତ ହୋଇ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ଆକଳନ କରାଯାଇଥିବା ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ଜିଲ୍ଲାର ଧାମନଗର ଭଣ୍ଡାରି ପୋଖରୀ ଚାନ୍ଦବାଲି ବ୍ଲକରେ ୨୯ ହଜାର ୩୦୬ ଜଣ ଲୋକଙ୍କୁ ରିଲିଫ ସାମଗ୍ରୀ ଯୋଗାଇ ଦିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।ଏହି ବୈତରଣୀ ନଦୀ ବନ୍ୟାରେ ବହୁ ଚାଷଜମି ଜଳମଗ୍ନ ଥୂବାରୁ କ୍ଷୟ କ୍ଷତି ଆକଳନ ପାଇଁ କୃଷି ବିଭାଗ କୁ ନିର୍ଦ୍ଦେଶ ଦେବାସହ ରାସ୍ତା ଘାଟ ବାସଗୃହ ଆଦି ରିପୋର୍ଟ ଦେବାକୁ ଜିଲ୍ଲାପାଳ ଅଧୂକାରୀ ମାନକୁ କହିଛନ୍ତି। ବୈତରଣୀ ନଦୀ ଜଳସ୍ତର କମି ଥିବାବେଳେ ଏବେ ବି ଜିଲ୍ଲାର ବହୁ ତଳିଆ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରି ଥୂବାରୁ ଲୋକ ମାନେ ଯାତାୟାତ ପାଇଁ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି। ଚାନ୍ଦବାଲି ବ୍ଲକ କଇଆଁ ଗୋଲା, ବୋଡକ, କୁଆଖୁଆ ଆଖଣ୍ଡଳମଣି ୨୦ ନମ୍ବର ଜାତୀୟ ରାଜପଥ ରେ ବନ୍ୟା ପାଣି ପଶି ଯିବାରୁ ଯାତାୟତରେ ବାଧାବିଘ୍ନ ହୋଇଛି।ଏହାଛଡା ସୁନ୍ଦରପୁର ଆରଡ଼ି ନାନ୍ଦ ପୁର, ଓଳଗୋ, ଆଦି ପଞ୍ଚାୟତରେ ବନ୍ୟାଜଳ ସୃଷ୍ଟି ହୋଇଛି। ଜିଲ୍ଲାପାଳ ଶ୍ରୀ ରାଉତରାୟ କହିଛନ୍ତି ଯେ, କ୍ଷୟ କ୍ଷତି ରିପୋର୍ଟ ଆସିବା ପରେ ସରକାରଙ୍କୁ ଅବଗତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *