ଭଞ୍ଜନଗର: ଦୁଇ ବାଇକ ମୁହାଁମୁହିଁ ଧକ୍କା – ପୋଲିସ କନଷ୍ଟେବଳ ସମେତ ୨ ଗୁରୁତର

ଭଞ୍ଜନଗର ୩୦/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଡହ ରାସ୍ତାର ଚିଦାନନ୍ଦ ଆଶ୍ରମ ନିକଟରେ ବୁଧବାର ସକାଳ ୯ ଟା ୩୦ ମିନିଟ ସମୟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବୁଗୁଡା ଥାନା କନଷ୍ଟେବଲଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଖମାରେଡିର ଧ୍ରୁବ ସାଇଁ ଏବଂ ବଡକୋଦଣ୍ଡାର ପପୁ ଗୌଡ଼। ଆହତ ଦ୍ବୟଙ୍କୁ ସଂପୃକ୍ତ ଅଞ୍ଚଳବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଆହତମାନଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲ ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାପରେ ସେମାନଙ୍କୁ ବ୍ରହ୍ମପୁର ନିଆଯାଇଛି।
ଘଟଣାରୁ ପ୍ରକାଶ ଯେ, ଧ୍ରୁବ ବୁଗୁଡ଼ା ଥାନାରେ କନଷ୍ଟେବଲ ଚାକିରି କରନ୍ତି। ତେଣୁ ସେ ଆଜି ସକାଳେ ବୁଗୁଡ଼ା ଥାନା ଅଭିମୁଖେ ନିଜ ବାଇକରେ ବାହାରିଥିଲେ। ଏହି ସମୟରେ ବିପରୀତ ଦିଗରୁ ବଡକୋଦଣ୍ଡାର ପପୁ ଡହ ଆଡ଼େ ଯାଉଥିଲେ। ବାଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *