
ଜରଡ଼ା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲେ ଟୁଉସନ ସାର । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ଜରଡା ଥାନା ଅଞ୍ଚଳରୁ । ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନସ୍ଥ ପଦାଦିଗି ପଞ୍ଚାୟତ ଅନ୍ତର୍ଗତ ଦାମୋଦର ପଲ୍ଲୀର ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀ ଟିଉସନ ମାଷ୍ଟର ଦ୍ବାରା ଅସଦାଚରଣର ଶିକାର ହୋଇଥିବା ଜଣାପଡ଼ିଛି। ୨୩ ବର୍ଷିୟ ଗଣେଶ ପ୍ରଧାନ ନାମକ ଜଣେ ଯୁବକ ଗ୍ରାମରେ ଟିଉସନ ପଢ଼ାଉଥିବା ବେଳେ ବୁଧବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀ ପାଠ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଗାଁ ମୁଣ୍ଡରେ ଥିବା ବିଦ୍ୟାଳୟକୁ ଡାକି ନେଇ ଛାତ୍ରୀଙ୍କ ସହିତ ଅସଦାଚରଣ କରିଥିଲେ। ନାବାଳିକା ଛାତ୍ରୀ ପାଟି କରିବାରୁ ଗଣେଶ ଛାଡ଼ି ଦେଇଥିଲା। ନାବାଳିକା ଝିଅଟି ଘରକୁ ଯାଇ ପରିବାର ବର୍ଗଙ୍କୁ ସବୁକଥା କହିବାପରେ ପରିବାର ପକ୍ଷରୁ ଜରଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜରଡା ପୋଲିସ ଗ୍ରାମରେ ପହଞ୍ଚି ଅଭିଯୁକ୍ତ ଗଣେଶକୁ ଗିରଫ କରି ଏକ ମାମଲା ରୁଜୁକରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।