ନିଶାଡିଙ୍କୁ ସୁହାଉଛି କି ଅନ୍ଧାର, ପୁରୀ ବେଳାଭୂମିରେ କେତେ ସୁରକ୍ଷିତ ମହିଳା ?

ପୁରୀ (ବଳରାମ ତ୍ରିପାଠୀଙ୍କ ରିପୋର୍ଟ, ଓଡ଼ିଶା ଟୁଡେ): ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଏ ଘଟଣାକୁ 2 ମାସ ବିତିଲାଣି । ଏହି ଘଟଣା କେବଳ ଯେ ଓଡ଼ିଶାକୁ ସାରା ବିଶ୍ବରେ ନିନ୍ଦିତ କରିଥିଲା ତାହା ନୁହେଁ ବେଳାଭୂମିରେ କେତେ ସୁରକ୍ଷିତ ମହିଳା ? ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଏହାପରେ ରାଜ୍ୟ ସରକାର ପ୍ରମୁଖ ବେଳାଭୂମି ଗୁଡ଼ିକରେ କଡାକଡି ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ନିର୍ଦ୍ଦେଶ । ହେଲେ କେତେ ସୁରକ୍ଷିତ ପୁରୀ ବେଳାଭୂମି ? ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଅଛି କିନ୍ତୁ ଲାଇଟ ଜଳୁନି । ଅନ୍ଧକାର ରାଜ କରୁଛି । ଫଳରେ ଏହାର ସୁଯୋଗ ନେଇ ଅପରାଧିକ କାର୍ଯ୍ୟକଳାପ ବଢୁଛି । ପୁରୀ ବେଳାଭୂମିରେ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ? ଜାଣନ୍ତୁ ।ପୁରୀ ବେଳାଭୂମିରେ କେତେ ସୁରକ୍ଷିତ ମହିଳା ? ଅଧିକାଶଂ ଅଞ୍ଚଳ ଅନ୍ଧାରରେ:ପୁରୀ ବେଳାଭୂମିର ଅଧିକାଂଶ ଅଞ୍ଚଳ ସନ୍ଧ୍ୟା ପରେ ଘନ ଅନ୍ଧକାରରେ ରହିଛି । ବିଶେଷ କରି ପୁରୀ ବେଳାଭୂମିର ଲାଇଟ୍ ହାଉସ ଛକରୁ ଷ୍ଟରଲିନ ଛକ ଯାଏ ବେଳାଭୂମି ସମ୍ପୂର୍ଣ୍ଣ ଅନ୍ଧାରରେ ରହିଛି । ବିଦ୍ୟୁତ୍ ଖୁଣ୍ଟି ଅଛି ହେଲେ ଲାଇଟ୍ ଜଳୁନାହିଁ । ଘନ ଅନ୍ଧକାରର ସୁଯୋଗ ଅସାମାଜିକ ଓ ଅପରାଧୀ ମାନେ ପୁରୀ ବେଳାଭୂମିରେ ଖୁଲମଖୁଲା ମଦ୍ୟପାନ କରୁଛନ୍ତି । ଏପରିକି ବିଭିନ୍ନ ନିଶା ସେବନ ମଧ୍ୟ କରୁଛନ୍ତି । ପର୍ଯ୍ୟଟକଙ୍କ ଠାରୁ ଲୁଟ୍ ଘଟଣା ମଧ୍ୟ ବଢୁଛି ।ମହିଳାଙ୍କ ପାଇଁ ଅସୁରକ୍ଷିତ ପୁରୀ ବେଳାଭୁମିଜଳୁନି ବେଳାଭୂମିରେ ଲାଇଟ

ଅସୁରକ୍ଷିତ ମନେ କରୁଛନ୍ତି କି ପର୍ଯ୍ୟଟକ ?ଅସାମାଜିକ କାର୍ଯ୍ୟକଳାପ ବଢୁଥିବାରୁ ମହିଳା ପର୍ଯ୍ୟଟକ ମାନେ ଭୟଭୀତ ହେବା ସହ ଅସୁରକ୍ଷିତ ମନେ କରୁଥିବା କହିଛନ୍ତି । ଏହାସହ ସନ୍ଧ୍ୟା ପରେ ପୁରୀ ବେଳାଭୂମିକୁ ମହିଳା ମାନେ ଯିବାକୁ ଭୟ କରୁଛନ୍ତି । ବିଶେଷ କରି ରାଜ୍ୟ ଓ ରାଜ୍ୟ ବାହାରୁ ପରିବାର ଧରି ଆସିଥିବା ଲୋକ ମାନେ ବେଳାଭୂମିରେ ଅସାମାଜିକଙ୍କ ଏଭଳି କାର୍ଯ୍ୟକଳାପ ଦେଖି ବେଳାଭୂମିରେ ବୁଲାବୁଲି କରିବାକୁ ଭୟ କରୁଛନ୍ତି । ପୁରୀ ଭଳି ଏକ ବିଶ୍ଵ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ବେଳାଭୂମିରେ ଆଲୋକ ବ୍ୟବସ୍ଥା ନ ରହିବା ସହ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ନ ରହିବାକୁ ନେଇ ପୁରୀ ଜିଲ୍ଲା ପୋଲିସ ଓ ପ୍ରଶାସନ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।ମହିଳାଙ୍କ ପାଇଁ ଅସୁରକ୍ଷିତ ପୁରୀ ବେଳାଭୁମିଦେଖନ୍ତୁ କିପରି ବେଳାଭୂମିରେ ଆଲୋକ ବ୍ୟବସ୍ଥା ନାହିଁ

କଣ କହିଲେ ରାଜ୍ୟ ବାହାର ପର୍ଯ୍ୟଟକ ?କଲିକତାରୁ ଆସିଥିବା ଜଣେ ମହିଳା ପର୍ଯ୍ୟଟକ ଅନନ୍ୟା ଦେ କହିଛନ୍ତି, ‘ପର୍ଯ୍ୟଟନସ୍ଥଳୀ ହିସାବରେ ପୁରୀ ଏକ ବହୁତ୍ ଭଲ ସ୍ଥାନ । କିନ୍ତୁ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ହେବାର ଆବଶ୍ୟକତା ରହିଛି । ସନ୍ଧ୍ୟା ପରେ ବେଳାଭୂମି ଅନ୍ଧାରରେ ରହୁଛି । ଏଣୁ ଆମେ ବେଳାଭୂମିରେ ବୁଲାବୁଲି କରିବାକୁ ଭୟ କରୁଛୁ । ଆମେ ଏବେ ଦେଖିଲୁ ଅନ୍ଧାରର ସୁଯୋଗ ନେଇ କିଛି ବ୍ୟକ୍ତି ବେଳାଭୂମିରେ ମଦ୍ୟପାନ କରୁଛନ୍ତି । ଯେହେତୁ ଏଠାରେ ଖୁଲମଖୁଲା ଲୋକ ମାନେ ନିଶା ସେବନ କରୁଛନ୍ତି କେତେବେଳେ କିଛି ବି ଅଘଟଣ ଆମ ସହିତ ହେବାର ସମ୍ଭାବନା ରହିଛି ।’

ମହିଳାଙ୍କ ପାଇଁ ଅସୁରକ୍ଷିତ ପୁରୀ ବେଳାଭୁମିଅଧିକାଂଶ ସ୍ଥାନରେ ଅନ୍ଧକାର ରାଜ ଆହୁରି ପାଟ୍ରୋଲିଂ ଦାବି କଲେ:ସେ ଆହୁରି କହିଛନ୍ତି, ‘ଯେଭଳି ସ୍ଥିତି ମହିଳାଙ୍କ ଉପରେ ଚାଲିଛି ସରକାରଙ୍କୁ ପୁରୀ ବେଳାଭୂମିର ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ଉଚିତ୍ । ଯଦିଓ ପୋଲିସ ପକ୍ଷରୁ ବେଳାଭୂମିରେ ପୋଲିସ ପାଟ୍ରୋଲିଂ ଗାଡ଼ି ମଝିରେ ମଝିରେ ଯିବା ଆସିବା କରୁଛି ତାହା କିନ୍ତୁ ଯଥେଷ୍ଟ ନୁହେଁ । ବେଳାଭୂମିରେ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ପରେ ସୁରକ୍ଷା କର୍ମୀ ମୁତୟନ ହେବା ଉଚିତ୍ । କାରଣ ହଠାତ୍ କିଛି ଅଘଟଣ ଘଟିଲେ ଜଣେ ମହିଳା ପୋଲିସର ସହାୟତା ନେଇ ପାରିବ ନାହିଁ । ସନ୍ଧ୍ୟା ପରେ ବର୍ତ୍ତମାନ ସ୍ଥିତି ଦେଖିଲେ ଆମକୁ ଭୟ ଲାଗୁଛି । ବେଳାଭୂମିରେ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା ସହିତ ବେଳାଭୂମିରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।’

Leave a Reply

Your email address will not be published. Required fields are marked *