OAS ସ୍ବାମୀଙ୍କ ନାମରେ ଅଭିଯୋଗ, ପତ୍ନୀ ଓ ନବଜାତ ଶିଶୁପୁତ୍ରକୁ ଗ୍ରହଣ ନକରିବାରୁ ଥାନାରେ ମାମଲା

ଭୁବନେଶ୍ବର: ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ପତ୍ନୀ । ବିବାହ ପରେ ବଦଳି ଗଲେ ଓଏଏସ୍ ଅଫିସର। ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା । ମାନସିକ ଓ ଶାରୀରିକ ନିର୍ଯାତନା ସହ ପରିବାର ସହ ମିଶି ନିଷ୍ଠୁର ଭାବେ ଅତ୍ୟାଚାର କରୁଥିଲେ । ପୁଅ ଜନ୍ମ ହେବା ପରେ ଉଭୟଙ୍କୁ ଗ୍ରହଣ କରିବାକୁ ଅମଙ୍ଗ ହେବାରୁ ଶେଷରେ ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ଏନେଇ ମହିଳା ଥାନାରେ ଅଭିଯୋଗ ପରେ OAS ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

ସ୍ତ୍ରୀ ଓ ନବଜାତ ଶିଶୁକୁ ଗ୍ରହଣ କରୁନାହାନ୍ତି ଓଏଏସ୍ ଅଫିସର ଗ୍ରହଣ କରୁନଥିବା ଅଭିଯୋଗ:

ଓଏଏସ୍ ଅଫିସରଙ୍କ ପତ୍ନୀ ଅର୍ଚ୍ଚନା ଦାସ ଅଭିଯୋଗ କରିଛନ୍ତି ଯେ ଗତ 2021ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସ୍ବାମୀଙ୍କର ଆଚାର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିଲା । ଆଗ ଭଳି ପତ୍ନୀଙ୍କ ପ୍ରତି ଆଉ ଭାବ ରହିଲାନି । ଏନେଇ ଉଭୟଙ୍କ ମଧ୍ୟରେ ମଧ୍ୟ ଫାଟ ସୃଷ୍ଟି ହେଲା । କିଛି ଦିନ ହେବ ଏନେଇ ତାଙ୍କୁ ମାନସୀକ ଚାପ ଦେବା ସହ ଶାରିରୀକ ଅତ୍ୟାଚାର ମଧ୍ୟ ଆରମ୍ଭ କରିଥିଲେ। ଏପରିକି ଅନେକ ପ୍ରକାର ଘରୋଇ ହିଂସା କାର୍ଯ୍ୟ କରିବା ସହ ତାଙ୍କର ପରିବାରର ସଦସ୍ୟ ମିଶି ତାଙ୍କୁ ଏକ ପ୍ରକାର ନିର୍ଯାତନା ଦେଉଥିଲେ। ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟ ଏହି ନିର୍ଯାତନା ନେଇ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ । ଗତ ମେ ମାସରେ ତାଙ୍କର ଶିଶୁପୁତ୍ର ଜନ୍ମ ହେବା ପରେ ସ୍ବାମୀ ନବଜାତକୁ ଗ୍ରହଣ କରିବାକୁ ନାରାଜ ହେଲେ। ସ୍ବାମୀ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଚ୍ଛାକୃତ ଭାବରେ ଅବହେଳା କରିବା ସହ ପରିତ୍ୟାଗ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ କରିଛନ୍ତି।


OSDMAରେ କାର୍ଯ୍ୟରତ ଓଏଏସ୍ ଅଫିସର:


ଏନେଇ ମହିଳା ଥାନାରେ ଦ୍ବାରସ୍ତ ପତ୍ନୀ ନିଜେ ତାଙ୍କ ସ୍ବାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଓକିଲଙ୍କ ଜରିଆରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସାର୍ଥକ ସୌରଭ ମହାପାତ୍ର ଜଣେ OAS ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ OSDMAରେ କାର୍ଯ୍ୟରତ DGM ଭାବେ ଦାୟିତ୍ବ ତୁଲାଉଛନ୍ତି । ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ମଧ୍ୟ ଜଣେ ସରକାରୀ କର୍ମଚାରୀ ସେ ମଧ୍ୟ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ଉଭୟଙ୍କ ଘର ଭୁବନେଶ୍ୱର। ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା।

ଏନେଇ ପତ୍ନୀ ଅର୍ଚ୍ଚନା ଦାସ କହିଛନ୍ତି, ” ମେ 7ରେ ହସ୍ପିଟାଲରରେ ଶିଶୁପୁତ୍ର ଜନ୍ମ ହୋଇଥିଲା । ନବଜାତ ପୁଅକୁ ସ୍ବାମୀ ସାର୍ଥକ ଗ୍ରହଣ କରୁନାହାନ୍ତି । ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ । ହସ୍ପିଟାଲରୁ ନିଜେ ମୋତେ ଡିସ୍ଚାର୍ଜ ହୋଇ ଘରକୁ ଆସିବାକୁ ପଡିଥିଲା । ଶିଶୁ ଜନ୍ମହେବାର 3 ମାସ ହୋଇଯାଇଥିଲେ ମଧ୍ୟ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ।”ମହିଳା ଥାନାମହିଳା ଥାନା ପୋଲିସ ଅଭିଯୋଗକୁ ଆଧାରକରି ମହିଳା ଥାନା ଏକ ମାମଲା ରୁଜୁ କରିଛି । ବିଏନଏସର ଧାରା 85,351(2),3(5) ରେ ରୁଜୁ କରି ଏକ କେସ କରିଛି । ଏନେଇ କମିଶନରେଟ ପୋଲିସକୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ମୁହଁ ଖୋଲି ନାହାନ୍ତି । ସେପଟେ ଅଭିଯୋଗ ଆସିଥିବା ଓଏଏସ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

Leave a Reply

Your email address will not be published. Required fields are marked *