ଭଞ୍ଜନଗର: ମା ‘ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ରେ ମହତ କାର୍ଯ୍ୟ

ଭଞ୍ଜନଗର ୦୧/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ଅଞ୍ଚଳ ର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଶ୍ରୀରାମ ପାଳ ଓ କୃଷ୍ଣ ପ୍ରସାଦ ପାଳ ଙ୍କ ମାତା ସ୍ବର୍ଗୀୟ ପ୍ରେମ ଲତା ପାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସ୍ଥାନୀୟ ଆର. ଏମ. ସି ନିକଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା।ସୂଚନାଯୋଗ୍ୟ ଯେ ଗତ ବର୍ଷ ସ୍ବର୍ଗୀୟ ପ୍ରେମ ଲତା ପାଳଙ୍କ ସ୍ୱାସ୍ଥ୍ୟ ଖରାପ ଯୋଗୁ ୮୦ ବର୍ଷ ବୟସରେ ନିଜ ବାସ ଭବନ ରେ ଦେହାନ୍ତ ହୋଇଥିଲା।ତାଙ୍କର ଦୁଇ ପୁଅ ଓ ତିନି ଝିଅ ଅଛନ୍ତି।ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁତ୍ର ,ବୋହୁ ନାତି ନାତୁଣୀ ଉପସ୍ଥିତ ଥିଲେ।ଆଜି ଏକବର୍ଷ ବିତି ଯାଇଥିବା ବେଳେ ପରିବାର ବର୍ଗ ମା ଙ୍କ ସ୍ମୃତି ଦିବସରେ ଶବ ସଂରକ୍ଷଣ ପାଇଁ ଶବ ସିତଳିକରଣ ଯନ୍ତ୍ର ବା ଶବ ସଂରକ୍ଷିତ ବାକ୍ସ କୁ ପରିବାର ତରଫରୁ ଭଞ୍ଜନଗର ଜଳ ସମ୍ପଦ ବିଭାଗ ଦ୍ୱାରା ନିୟନ୍ତ୍ରିତ ବିଡେକା ଅନୁଷ୍ଠାନ କୁ ଦାନ କରିଥିଲେ।ପାଳ ପରିବାର ର ଏହି ମହତ କାର୍ଯ୍ୟ କୁ ବିଡେକା ଅନୁଷ୍ଠାନ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ ଯେ ଏକଦା ଶବ ସରକ୍ଷଣ ଯନ୍ତ୍ର ଅସୁବିଧା କୁ ସେମାନେ ଅଙ୍ଗେ ନିଭେଇ ଥିଲେ କାରଣ ଯେତେବେଳେ ମା ଙ୍କ ଦେହାନ୍ତ ହେଲା ପାଳ ପରିବାର ଅନେକ ସଦସ୍ୟ ବାହାର ଦେଶ ଓ ବାହାର ରାଜ୍ୟରେ ରହୁଥିବା ଯୋଗୁଁ ଶେଷ ସମୟରେ ପହଞ୍ଚି ପାରି ନ ଥିଲେ ,ତେଣୁ ପାଳ ପରିବାର ଶବକୁ ସରକ୍ଷିତ ରଖିବା ପାଇଁ ଶବ ସରକ୍ଷିତ ଯନ୍ତ୍ରକୁ ଭଡା ଆକାରରେ ବ୍ରହ୍ମପୁର ରୁ ଆଣି ଥିଲେ।ଭଞ୍ଜନଗର ଅଞ୍ଚଳରେ ଶବ ସରଂକ୍ଷିତ ରଖିବା ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ପାଳ ପରିବାର ତରଫରୁ ନିଆ ଯାଇଥିବା ପଦକ୍ଷେପ କୁ ସବୁ ମହଲରେ ପ୍ରଶଂସା କରାଯାଇଛି।ଆଜିର ଏହି ପୂଣ୍ୟ କାର୍ଯ୍ୟରେ ଭଞ୍ଜନଗର ସହର ର ବହୁ ବ୍ୟକ୍ତି, ପରିବାର ବର୍ଗ ସ୍ବର୍ଗୀୟ ପ୍ରେମଲତା ପାଳ ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ।ପରିଶେଷରେ ଦୁଇ ପୁତ୍ର ଓ ସ୍ବର୍ଗୀୟ ପ୍ରେମ ଲତା ପାଳ ଙ୍କ ସ୍ଵାମୀ ଲିଙ୍ଗରାଜ ପାଳ ଅତିଥି ମାନଙ୍କୁ ଧନ୍ୟବାଦ ଦେବା ସହ ପ୍ରସାଦ ସେବନ ବ୍ୟବସ୍ଥା କରାଇଥିଲେ।

Leave a Reply

Your email address will not be published. Required fields are marked *