ଓଡିଆ ଚଳଚ୍ଚିତ୍ର ପୁଷ୍କରା କୁ ମିଳିଲା ଶ୍ରେଷ୍ଠ ଆଞ୍ଚଳିକ ଭାଷା ପାଇଁ ଜାତୀୟ ପୁରସ୍କାର

ଭୁବନେଶ୍ବର: ଆଜି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ଆଞ୍ଚଳିକ ଭାଷା ପୁରସ୍କାର ଭାବେ ଓଡିଆ ସିନେମା ‘ପୁଷ୍କରା’ ମନୋନିତ ହୋଇଛି। ଏହି ଚଳଚ୍ଚିତ୍ର ସହିତ ଭାରତର ବିଭିନ୍ନ ଭାଷାର ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ପାଇଁ ମନୋନିତ କରାଯାଇଛି। ପୁଷ୍କରା ଚଳଚ୍ଚିତ୍ର ପ୍ରଖ୍ୟାତ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଦ୍ବାରା ଅଭିନିତ ଭିନ୍ନ ଧରଣର ସିନେମା। ଏହି ଚଳଚିତ୍ରକୁ ତରଙ୍ଗ ସିନେ ପ୍ରଡକ୍ସନ ଦ୍ବାରା ନିର୍ମାଣ ହୋଇଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଶୁଭ୍ରାଂଶୁ ଦାସ।ମୃତ୍ୟୁ ପରେ ଯେଉଁ ପୁଷ୍କର ଦୋଷ ଲାଗିଥାଏ ତାହାର ଦୋଷ ଛଡାଇବା ପାଇଁ ଏହି ଚଳଚ୍ଚିତ୍ରର କାହାଣୀ ପର୍ଯ୍ୟବେସିତ।ଲେଖକ ଶଙ୍କର ତ୍ରିପାଠୀଙ୍କ ମୂଳ ଲେଖା ନାଦବିନ୍ଦୁ ଉପନ୍ୟାସର ଚିତ୍ର ରୂପ ହେଉଛି ପୁଷ୍କରା। ଏଥିରେ ସବ୍ୟସାଚୀ ସହିତ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ହେଲେ ସୁପ୍ରିୟା, ଚୌଧୁରୀ ବିକାଶ ଦାସ, ଅଶ୍ରୁମୋଚନ ମହାନ୍ତି ଏବଂ ପିଣ୍ଟୁ ନନ୍ଦ।

Leave a Reply

Your email address will not be published. Required fields are marked *