ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ସରାପାଲି ଉଚ୍ଚ ବିଦ୍ୟାଳୟରେ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ମାଝୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ନୂଆଦିଲ୍ଲୀ ସ୍ଥିତ ରୋଟ୍ରାକ୍ କ୍ଲବ ୟୁଥ୍ ଅର୍ଗାନା ଡୋନେସନ ଆୱାର୍ ନେସ୍ ସଭାନେତ୍ରୀ ରୋଜାଲିନ ଦାଶ ଯୋଗ ଦେଇ ସାମ୍ପ୍ରତିକ ସମାଜରେ ଅଙ୍ଗଦାନର ଗୁରୁତ୍ୱ ଓ ଆବଶ୍ୟକତା ସମ୍ପର୍କରେ ପିପିଟି ମାଧ୍ଯମରେ ବର୍ଣ୍ଣନା କରିଥିଲେ। ପ୍ରଗତି ଶୈକ୍ଷିକ ଅନୁଷ୍ଠାନର ନିର୍ଦ୍ଦେଶକ ବନ୍ଦିତା ଦାଶ ପ୍ରଚଳିତ ମିଥ୍ୟା ଏବଂ ଅନ୍ଧବିଶ୍ୱାସକୁ ଦୂରକରିବା ପାଇଁ ଗ୍ରାମୀଣ ସ୍ତରରେ ସଚେତନତାତ୍ମକ ପ୍ରୟାସକୁ ଜାରି ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି କହିଥିଲେ।ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଅଙ୍ଗଗୁଡିକର ସୁସ୍ଥତା ନିମନ୍ତେ ୱାଟର ବେଲ୍ ପ୍ରୋଜେକ୍ଟ କୁ ଲାଗୁକରିବା ପାଇଁ ରୋଜାଲିନ ଦାଶ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିଲେ। ଶିକ୍ଷୟିତ୍ରୀ ରମ୍ଭା ସ୍ବାଇଁ, ସୁଜାତା ସାହୁ, ଭାରତୀ ପ୍ରଧାନ, ରୀନାରାଣୀ ଧଳ, ଲିଟୁ ସାହୁ, ରାମକୃଷ୍ଣ ସେଠି ଓ ରଞ୍ଜନ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

Leave a Reply

Your email address will not be published. Required fields are marked *