ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି, ଛାତ୍ରଛାତ୍ରୀ ଅସୁସ୍ଥ

ଟିଟିଲାଗଡ଼: ସ୍କୁଲ ମଧ୍ୟାହ୍ନ ଭୋଜନରେ ଝିଟିପିଟି । ଛାତ୍ରଛାତ୍ରୀ ଅସୁସ୍ଥ । ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗାଁ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡିଥିବା ଜଣାପଡିଛି । ଏହି ଖାଦ୍ୟ ଖାଇବା ପରେ କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ଏହାକୁ ନେଇ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି ।ଅନ୍ୟପକ୍ଷରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ନେଇ କିଛି ଅଭିଭାବକ ସେମାନଙ୍କ ପୁଅଝିଅଙ୍କୁ ବାଇକରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିବା ଜଣାପଡିଛି । ଶେଷ ଖବର ସୁଦ୍ଧା ଏକ ଡାକ୍ତରୀ ଦଳ ବିଦ୍ୟାଳୟକୁ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଘଟଣା ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରକାର ଏକ କୋକୁଆଭୟ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *