
ଭଞ୍ଜନଗର:-୦୨/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମ୍ମନୁ୍ୟ ସମିତି ତରଫରୁ ବିଭିନ୍ନ ଦାବୀ ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଷ୍ଟl ଜିଲ୍ଳା ସଭାପତି ସନ୍ତୋଷ ଜେନା, ନିମ୍ମ ମାଧ୍ୟମିକ ସଂଘ ରାଜ୍ୟ ମୁଖ୍ୟଉପଦେଷ୍ଟା ଜଗବନ୍ଧୁ ଜେନା, ଅମରବିଳାସ ବେହେରା, ବ୍ଲକ ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ସମ୍ପାଦକ ଗୌରୀନନ୍ଦନ ହୋତା, ହେମନ୍ତ କୁମାର ତ୍ରିପାଠୀ, ସତ୍ୟବାନ ସାହୁ, ସରୋଜଲଷ୍ମୀ ଦାସ, ସନତ କୁମାର ଦଳବେହେରା, କାମରାଜୂ ଗୌଡ଼ଙ୍କ ନେତୃତ୍ୱରେ ବିଭିନ୍ନ ଦାବୀ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ, ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଚାକିରୀ ସର୍ତlବଳୀ, ପେନସନ, ଅବସାରଳାଳୀନ ସୁବିଧା, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ବିଦ୍ୟାଳୟ କୁ ସରକାରୀକରଣ ଓ ବୟସସୀମା ଷାଠିଏ ରୁ ବାଷଠିକୁ ବୃଦ୍ଧି ପ୍ରମୁଖ ଦାବୀଉପରେ ଗୋଷ୍ଠୀ ଶିକ୍ଷାଧିକାରୀ, ଭଞ୍ଜନଗରଙ୍କୁ ପ୍ରଦାନକରାଯାଇଛି l ଏଥିରେ ରାଧାକାନ୍ତ ଦାସ, ସଚିତ୍ର କୁମାର ନାୟକ, ପଞ୍ଚାନନ ଚୌଧୁରୀ, ଗୋପାଳ ଚନ୍ଦ୍ର ପଣ୍ଡା, ସୁବ୍ରତ କୁମାର ତ୍ରିପାଠୀ, ମନୋଜ କୁମାର ମିଶ୍ର, ମମତା ପ୍ରଧାନ, ସାଗରୀକା ପାଣିଗ୍ରାହୀ, ଜୋତିରଞ୍ଜନ ବିଷୋୟୀ, ମlମlରlଣୀ ପାଣି, ରବୀନ୍ଦ୍ର କୁମାର ବାରିକ, ଅନଙ୍ଗ ପ୍ରସାଦ ଦାସ, ସୁବ୍ରତ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ ପରେ ଜିଲ୍ଳା ସଭାପତିଙ୍କ ଉପସ୍ଥିତିରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇ ଆଗାମୀ 10 ତାରିଖ ରବିବାର ଦିନ ଅଗଷ୍ଟ 16 ଦାବୀଦିବସ କୁ ସଫଳ କରିବା ଉପରେ ପ୍ରସ୍ତୁତି ବୈଠକ ଭଞ୍ଜନଗର ରେ ପାଞ୍ଚଟି ବ୍ଲକର ଶିକ୍ଷକ ଭାଇ ମାନଙ୍କୁ ନେଇ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା l