ରୁଷରେ ପୁଣିଥରେ ଭୟଙ୍କର ୭.୦ ତୀବ୍ରତାର ଭୂକମ୍ପ, ଫାଟିଲା ଜ୍ୱାଳାମୁଖୀ

ପୁଣି ଥରିଲା ଋଷିଆ। ରୁଷର ସେବେରୋ କୁରିଲ ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା ଅନୁଭୂତ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କୁରିଲ ଦ୍ୱୀପପୁଞ୍ଜର ପୂର୍ବରେ ୭.୦ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି । ଭାରତୀୟ ସମୟଅନୁସାରେ ସକାଳ ୧୧ଟାରେ ଭୂକମ୍ପ ଆସିଛି । ଭୂକମ୍ପ ପରେ କାମଚଟକା ଦ୍ବୀପରେ କ୍ରସୋନିନିକୋଭ ଜ୍ବାଳାମୁଖୀ ଉଦ୍ଗୀରଣ ହୋଇଛି । ଏପର୍ଯ୍ୟନ୍ତ ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ମିଳିନାହିଁ ।ଭୂକମ୍ପ ଯୋଗୁଁ କାମଚଟକା ଦ୍ବୀପରେ କ୍ରସୋନିନିକୋଭ ଜ୍ବାଳାମୁଖୀ ଫାଟିଛି । KVERT ମୁତାବକ, ୧୮୫୬ ମିଟର ଉଚ୍ଚ ଜ୍ବଳାମୁଖୀ ପାଖାପାଖି ୬ ହଜାର ମିଟର ଉଚ୍ଚ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି ।ଏହା ୬୦୦ବର୍ଷ ମଧ୍ୟରେ କ୍ରସୋନିନିକୋଭର ପ୍ରଥମ ବିସ୍ଫୋରଣ ବୋଲି KVERT ମୁଖ୍ୟ ଓଲଗା ଗିରିନା RIA ନୋଭୋସ୍ତିଙ୍କୁ କହିଛନ୍ତି । ସେ କହିଛନ୍ତି ଯେ, ପେଟ୍ରୋପାଭଲୋଭସ୍କ-କାମଚାଟସ୍କି ଠାରୁ ପ୍ରାୟ ୫୦ କିମି ଦୂରରେ ଉଦ୍ଗୀରଣ ହୋଇଛି । କ୍ରସୋନିନିକୋଭରରେ ଶେଷ ଲାଭା ଉଦ୍ଗୀରଣ ପ୍ରାୟ ୧୪୬୩ ମସିହାରେ ହୋଇଥିଲା । ୧୯୬୩ ମସିହାରେ ଫ୍ୟୁମାରୋଲିକ୍ କାର୍ଯ୍ୟକଳାପ ରେକର୍ଡ କରାଯାଇଥିଲା, କିନ୍ତୁ କୌଣସି ଉଦ୍ଗୀରଣ କିମ୍ବା ଉଦ୍ଗୀରଣ ରିପୋର୍ଟ ହୋଇନଥିଲା।ଏହା ପୂର୍ବରୁ ବୁଧବାର ଦିନ ରୁଷିଆର କାମଚଟକାରେ ୮.୮ ତୀବ୍ରତାର ଏକ ଶକ୍ତଶାଳୀ ଭୂମିକମ୍ପ ହୋଇଥିଲା । ଏହା ଏପର୍ଯ୍ୟନ୍ତ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ ଥିଲା । ଏହି ବିପର୍ଯ୍ୟୟରେ କେହି ଆହତ ହୋଇ ନାହାଁନ୍ତି । ଆମେରିକୀୟ ଭୂତତ୍ତ୍ୱ ସର୍ବେକ୍ଷଣର ତଥ୍ୟ ଅନୁଯାୟୀ, ଉପକୂଳରେ ୮.୮ ତୀବ୍ରତାର ଭୂମିକମ୍ପ ଆସିବା ପରଠାରୁ ୧୬ ଘଣ୍ଟାରୁ ଅଧିକ ସମୟ ମଧ୍ୟରେ ରୁଷ ନିକଟରେ ୪.୪ କିମ୍ବା ତା’ଠାରୁ ଅଧିକ ତୀବ୍ରତାର ପ୍ରାୟ ୧୨୫ ଟି ଭୂମିକମ୍ପ ଅନୁଭୂତ ହୋଇଛି ।

Leave a Reply

Your email address will not be published. Required fields are marked *