ଭଞ୍ଜନଗର: ଗାଲେରି ମେଡିକାଲର ବିକାଶରେ ଖର୍ଚ୍ଚ ହେବ ୧୬ କୋଟି ଟଙ୍କା, ବଦଳୁଛି ନକ୍ସା

ଭଞ୍ଜନଗର ୦୩/୦୮( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅଧିନସ୍ଥ ଗାଲେରୀ ମେଡ଼ିକାଲର ବିକାଶ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ। ତେଣୁ ରବିବାର ନୂତନ କୋଠାର ଶିଳାନ୍ୟାସ ଉତ୍ସବ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ କୋଠାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଗ୍ରାମାଞ୍ଚଳର ସ୍ବାସ୍ଥ୍ୟ ଭିତ୍ତିଭୂମି କିଭଳି ସୁଦୃଢ଼ ହୋଇପାରିବ ସେଥିପାଇଁ ପଦକ୍ଷେପ ନେଇଛନ୍ତି। ଗାଲେରୀ ଏକ ଉପାନ୍ତ ଅଞ୍ଚଳ। ଏଠାକୁ କର୍ମଚାରୀମାନେ ବଦଳି ହୋଇ ଆସିବାକୁ ଭୟ କରୁଥିଲେ। କିନ୍ତୁ ଗାଲେରୀର ନକ୍ସା ବର୍ତ୍ତମାନ ଧିରେ ଧିରେ ବଦଳୁଛି। ଏହି ଉପାନ୍ତ ଅଞ୍ଚଳର ବିକାଶ ପାଇଁ ବର୍ତ୍ତମାନ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ମେଡିକାଲ ସମ୍ପ୍ରସାରଣ ପାଇଁ ୧୫ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟ ହେବ। ଏଥିସହ ଅନ୍ୟାନ୍ୟ ଉନ୍ନତି ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ। ମେଡିକାଲ କାର୍ଯ୍ୟ ୧୮ ମାସରେ ସରିବ। ଏହାପରେ ଅଞ୍ଚଳବାସୀ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ ବୋଲି ବିଧାୟକ ନାୟକ କହିଥିଲେ। ଭଞ୍ଜନଗର ନିର୍ବାଚନମଣ୍ଡଳୀର ୧୧ଟି ମେଡିକାଲର ଖାଲିଥିବା ଡାକ୍ତର ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି।

୧୯୮୦ରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସୋମନାଥ ରଥ ଏହି ମେଡିକାଲ ନିର୍ମାଣ କରିଥିଲେ। ଏହାପରେ ବିଗତ ଦିନର ନେତା ଏହି ମେଡିକାଲର ଉନ୍ନତି ପାଇଁ ପଦକ୍ଷେପ ନେଇ ନ ଥିଲେ। ବର୍ତ୍ତମାନ ମେଡିକାଲର ଆଧୁନିକୀକରଣ କରିବା ପାଇଁ ପଦକ୍ଷେପ ନେଇଛି ବୋଲି ବିଧାୟକ କହିଥିଲେ। ଶିକ୍ଷା, ସାସ୍ଥ୍ୟ, ଗମନାଗମନର ବିକାଶ ପାଇଁ ପଦକ୍ଷେପ ନିଆଯାଇଛି। ଗୁଣ୍ଡିରିବାଡି, ମୁଦୁଲିପଲ୍ଲୀ ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନାହିଁ। ଆଗାମୀ ଦିନରେ ସେଠାର ନୂତନ ହାଇ ସ୍କୁଲ ନିର୍ମାଣ ହେବ। ଘୁମୁସର ଇତିହାସକୁ ବିଶ୍ବ ଦରବାରରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଇଛି। ଯେଉଁମାନଙ୍କର ପକ୍କା ଘର ନାହିଁ ସେମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ପୂର୍ତ୍ତ ବିଭାଗ ଅଧିକ୍ଷଣ ସତ୍ୟ ରଞ୍ଜନ ପରିଡ଼ା, ଭଞ୍ଜନଗର ମେଡିକାଲ ଅଧୀକ୍ଷକ ଡ. ଶୀତାଂଶୁ ଶେଖର ଶତପଥୀ, ଗାଲେରୀ ମେଡିକାଲ ଅଫିସର୍‌ ଡ ଭଗବାନ ସାହୁ, ନିର୍ବାହୀଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡ଼ି, ଜିଲ୍ଲାପରିଷଦ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ରବୀନ୍ଦ୍ର ଗୌଡ଼, ସରପଞ୍ଚ ସୁମିତ୍ରା ଗୌଡ଼, ସମିତିସଭ୍ୟା ମାମାଜିନି ଗୌଡ଼, ରବୀନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ , ହାଇକୋର୍ଟ ଆଇନଜୀବୀ ନିରଞ୍ଜନ ସ୍ବାଇଁ , ସୁବାସ ବରାଡ଼, ମନୋଜ ପ୍ରଧାନ , ମନୋଜ ପଣ୍ଡା, ଧବଳେଶ୍ବର ମାଝୀ, ଧୋବା ଗୌଡ଼, ଗୋଲା, ମାନସ ଜେନା , ଟୁନା ବେହେରା, ସୁବାସ ପ୍ରଧାନ, ସୁନୀଲ ନାୟକ, ଶ୍ରୀନିବାସ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ସାଂସଦ ପ୍ରତିନିଧି ରବୀନ୍ଦ୍ର ଗୌଡ଼ ସଭାକୁ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *