ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ, ଗତକାଲି ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ଗିରଫ । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ । ଦୁଇ ଥର ଜେରା ପରେ ତାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିବା ସୂଚନା । ତାଙ୍କ ଲାପଟପରୁ ଚୋରି ହୋଇଥିଲା ପ୍ରଶ୍ନପତ୍ର। ଗତକାଲି ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥଲା କ୍ରାଇମବ୍ରାଞ୍ଚ ।ନିହାରଙ୍କ ଲାପଟପରୁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଚୋରି ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଜିତନ ହିଁ ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ନିହାରଙ୍କ ଲାପଟପରୁ ଚୋରି କରିଥିଲା। ଏହାକୁ ଅଭିଯୁକ୍ତ ବିଜୟ ମିଶ୍ରକୁ ଦେଇଥିଲା ।ବୋର୍ଡ ଉପସଭାପତିଙ୍କ ଲାପଟପକୁ ପ୍ରଶ୍ନପତ୍ର କିଭଳି ଆସିଲା, ସେ ନେଇ ତନାଘନା ତଦନ୍ତ କରିଛି କ୍ରାଇମବ୍ରାଞ୍ଚ। ବୋର୍ଡ ଉପସଭାପତି ନିହାରଙ୍କୁ ମିଶାଇ ପ୍ରଶ୍ନପତ୍ର ଲିକ ମାମଲାରେ ୮ ଜଣ ଗିରଫ ହେଲେଣି

Leave a Reply

Your email address will not be published. Required fields are marked *