କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: କଣ ରହିଛି କାର୍ଯ୍ୟକ୍ରମ ?

କେନ୍ଦୁଝର: ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନିଆ ଗସ୍ତରେ ଉଭୟ ସରକାରୀ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଶିକ୍ଷା ରଥ, ଆମ୍ବୁଲାନ୍ସ ଏବଂ ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡି ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ । ଏହା ସହ ଫୁଟବଲ ଫାଇନାଲ ମ୍ୟାଚରେ ମଧ୍ୟ ଯୋଗ ଦେବେ ।

କଣ ରହିଛି ଆଜିର କାର୍ଯ୍ୟକ୍ରମ ?ଆଜିଠୁ ଦୁଇ ଦିନିଆ ଗୃହ ଜିଲ୍ଲା କେନ୍ଦୁଝର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସକାଳ 9.55 ସମୟରେ ରାଇସୁଆଁରେ ଏୟାରଷ୍ଟ୍ରିପରେ ପହଞ୍ଚିବେ ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶିକ୍ଷା ରଥ, ଆମ୍ବୁଲାନ୍ସ ଉଦଘାଚନ କରିବା ସହ ମା’ ତାରିଣୀଙ୍କ ନଡିଆ ସଂଗ୍ରହ ଗାଡି ଲୋକାର୍ପିତ କରିବେ । ଏହା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ଯୋଗ ଦେବେ । ଅପରାହ୍ଣରେ ଫୁଟବଲ୍‌ ମ୍ୟାଚରେ ମୁଖ୍ୟଅତିଥି ଭାବେ ଯୋଗ ଦେବେ । ଏହାପରେ ଆସନ୍ତାକାଲି ବ୍ୟକ୍ତିଗତ କାର୍ଯ୍ୟକ୍ରମ ଥିବା ବେଳେ 2.25 ବେଳକୁ ଭୁବନେଶ୍ବର ଫେରିଯିବେ ।

ଗତ ମେ’ରେ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ:ଶେଷଥର ପାଇଁ ଗତ ମେ’ 5ରେ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇ ଦିନିଆ କାର୍ଯ୍ୟକ୍ରମରେ ଅନେକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏଥିସହ କେନ୍ଦୁଝର ଜିଲ୍ଲାକୁ 1 ହଜାର 155 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଭେଟି ଦେଇଥିଲେ । ଏହାସହ ବିପ୍ଲବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *