
ଯାଜପୁର : ଯାଜପୁରରେ ପୁଣି ଲଜ୍ଜା । ଚକୋଲେଟ ଦେଇ ୪ବର୍ଷର ବାଳିକାକୁ ଅସଦାଚରଣ ଅଭିଯୋଗ । ଯାଜପୁର ଥାନା ଦଶରଥପୁର ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଯାଜପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କଲେ ପରିବାର ବର୍ଗ । ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ପର୍ଯ୍ୟାୟରେ ପୋଲିସ ନାବାଳିକା ପୀଡିତାକୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇ ଡାକ୍ତରୀ ମାଇନା କରିବା ସହ ବୟାନ ରେକର୍ଡ କରାଯାଇଛି । ଏଥି ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଅଟକ ଅଭିଯୁକ୍ତ ହେଲେ ଦଶରଥପୁର ବ୍ଲକ ଛତ୍ରପଡା ଅଂଚଳର ଅଲେଖ ମଲ୍ଲିକ ।