ଭଞ୍ଜନଗର: ଠକେଇ ଟଙ୍କା ଫେରି ପାଇବାକୁ ବ୍ୟାଙ୍କ ଆଗରେ ଧାରଣା।

ଭଞ୍ଜନଗର, ୦୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ). ସ୍ଥାନୀୟ ବାଉଁଶ ଲୁଣ୍ଡି ପଞ୍ଚାୟତ ବଡ଼ କୋଦଣ୍ଡା ଛକରେ ରହୁଥିବା ସୀମାଞ୍ଚଳ ସାହୁଙ୍କର ଗତବର୍ଷ ସେପ୍ଟେମ୍ବର ୧୯ତାରିଖରେ ଜମା ଖାତା ରୁ ୯ଲକ୍ଷ ୩ହଜାର ଟଙ୍କା ଠକେଇ ହୋଇଥିଲା।ହେଲେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କରୁ ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ହୋଇ ନ ଥିବାରୁ ସେ ଆଜି ଭଞ୍ଜନଗର ନିକଟ ବଡ଼ କୋଦଣ୍ଡା ଠାରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସାମ୍ନାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି।ସୀମାଞ୍ଚଳ ଏହି ବ୍ୟାଙ୍କ ଶାଖାରୁ ଋଣ ଆଣିଥିଲେ।ହେଲେ ଉକ୍ତ ଦିନ ହାଠାତ୍ ତାଙ୍କର ଦୁଇଟି ଏକାଉଣ୍ଟରୁ ୯ଲକ୍ଷ ୩ହଜାର ଟଙ୍କା କଟି ଯାଇଥିଲା।ଏସମ୍ପର୍କରେ ସୀମାଞ୍ଚଳ ବ୍ୟାଙ୍କରେ ଅଭିଯୋଗ କରିବା ପରେ ପେନାଲଟି ବାବଦରେ କିଛି ଟଙ୍କା ଫେରସ୍ତ ପାଇଥିଲେ।ବର୍ତ୍ତମାନ ଋଣ ପ୍ରଦାନ ଅବଧି ସମୟ ଅତିକ୍ରାନ୍ତ ବାବଦରେ ତାଙ୍କ ଉପରେ ୩୦ହଜାର ଟଙ୍କା ବକେୟା ରହିଛି।ତେଣୁ ବ୍ୟାଙ୍କ ତରଫରୁ ସୀମାଞ୍ଚଳଙ୍କ ଘର ଆଗରେ ବ୍ୟାଙ୍କ ତରଫରୁ ଲଟକା ଜାରି କରାଯାଇଛି।ହେଲେ ସୀମାଞ୍ଚଳଙ୍କୁ ଠକେଇ ଅର୍ଥ ପୁରା ମିଳି ନ ଥିବା ବେଳେ ଏବେ ପୁଣି ବକେୟା ଅର୍ଥ ଆଦାୟ ପାଇଁ ବ୍ୟାଙ୍କ ତରଫରୁ ଚାପ ଯୋଗୁଁ ସେ ଏହା ବିରୁଦ୍ଧରେ ବ୍ୟାଙ୍କ ସାମ୍ନାରେ ଧାରଣାରେ ବସିଛନ୍ତି।ହେଲେ ଏସମ୍ପର୍କରେ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ପଚାରିବାରେ ଯେହେତୁ ସୀମାଞ୍ଚଳଙ୍କ ନାମରେ ୨୦ଲକ୍ଷରୁ ଅଧିକ ଋଣ ଥିବାରୁ ବ୍ୟାଙ୍କ ତରଫରୁ କଟକ ସ୍ଥିତ ଏ ଆର ଏମ ଡ଼ି ଦ୍ୱାରା ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *