ଭଞ୍ଜନଗର: ବରିଷ୍ଠ ନାଗରିକଙ୍କ ହଜିଗଲା ଆବେଦନପତ୍ର, କ୍ଷୋଭ ପ୍ରକାଶ କଲେ କର୍ମକର୍ତ୍ତା

ଭଞ୍ଜନଗର ୦୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ଅଗଷ୍ଟ ମାସ ବୈଠକ ରବିବାର ସ୍ଥାନୀୟ ବନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସଂଘ ପାଇଁ ଜମି ଯୋଗାଇ ଦେବାକୁ ବିଧାୟକଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏଥିସହ ବରିଷ୍ଠ ନାଗରିକଙ୍କୁ ପ୍ରମାଣପତ୍ର ଦେବାପାଇଁ ବହୁଦିନ ପୂର୍ବରୁ ଥାନାରେ ଆବେଦନ ହୋଇଥିଲା। ଉକ୍ତ ଆବେଦନପତ୍ର ଏସପିଙ୍କ ଅନୁମୋଦନ ପରେ ବରିଷ୍ଠ ନାଗରିକ ପ୍ରମାଣପତ୍ର ମିଲିଥାନ୍ତା। କିନ୍ତୁ ଆବେଦନପତ୍ରଗୁଡ଼ିକ କେଉଁଠି ହଜିଯାଇଛି। ଯାହାକୁ ନେଇ ବରିଷ୍ଠ ନାଗରିକ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏନେଇ ଆଗାମୀ ଦିନରେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଛି। ସଭାପତି ସୋମନାଥ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ରବିନାରାୟଣ ସାମନ୍ତ ଗତ ବୈଠକର ବିବରଣୀ ପାଠ କରିଥିଲେ । ବୈଠକ ଆରମ୍ଭରେ ପ୍ରାକ୍ତନ ଅଧ୍ୟକ୍ଷ ଶିବରାମ ପଣ୍ଡାଙ୍କ ଧର୍ମ ପତ୍ନୀ ରେଣୁ ପ୍ରଭାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ନୂତନ ସଭ୍ୟ ଆବାସ ଅଲ୍ଲୀ ଖାଁ ,ଏମଡି ଉସମାନ,ଜନାର୍ଦନ ପଣ୍ଡା, ବଂଶୀଧର ବିଷୋୟୀଙ୍କୁ ସ୍ବାଗତ କରାଯାଇଥିଲା । ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଲଡ଼ୁ କିଶୋର ପ୍ରଧାନ, ଅଧ୍ୟାପକ ତପନ କୁମାର ମିଶ୍ର, ମଧୁସୂଦନ ସୱାଇଁ, ଏମ ରବୀନ୍ଦ୍ର ପାତ୍ର, ମାଗୁଣି ମିଶ୍ର, ଆଦିକନ୍ଦ ଗୌଡ଼, ସୁରେନ୍ଦ୍ର ବେହେରା, ପ୍ରତାପ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ । ରବୀନ୍ଦ୍ର ନାଥ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *