ପାଟ୍ରୋଲିଂ ବେଳେ ପୋଲିସକୁ ଧମକ ଦେଇ ଯୁବକ ଗିରଫ, ମାଉଜର ସହ ୨ ଗୁଳି ଜବତ

ଭଞ୍ଜନଗର,୦୪/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଏସ ଆଇ ସମୀର ସେଠୀ ଏବଂ ଅନ୍ୟମାନେ ରବିବାର ରାତିରେ ତୁଳସୀପଲ୍ଲୀ ଅଞ୍ଚଳରେ ପାଟ୍ରୋଲିଁ କରୁଥିଲେ। ଏହି ସମୟରେ ସୌମ୍ୟ ରଞ୍ଜନ ବେହେରା ନାମକ ଜଣେ ଯୁବକ ସଂପୃକ୍ତ ଅଞ୍ଚଳରେ
ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ। ପୋଲିସ ତାଙ୍କୁ ଡାକି ପଚାରିବାରୁ ସେ ପୋଲିସ୍ କୁ ଅସଦବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଥିଲା। ଏହାପରେ ପୋଲିସ ତାକୁ ଅଟକ ରଖି ପଚରାଉଚରା କରିବା ସମୟରେ ତା ଠାରୁ ଗୋଟିଏ ମାଉଜର ଓ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। ଏନେଇ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ବୋଲି ଥାନାଧିକାରୀ ଜୀବନାନନ୍ଦ ଜେନା କହିଛନ୍ତି।

Leave a Reply

Your email address will not be published. Required fields are marked *