ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣାରେ ଆସନ୍ତା ଗୁରୁବାର ଦିନ ପୁରୀ ଜିଲ୍ଲାରେ ହରତାଳ କରିବ ବିଜେଡି

ଭୁବନେଶ୍ବର: ବଳଙ୍ଗା ଛାତ୍ରୀ ମୃତ୍ୟୁ ଘଟଣା ନେଇ ସରକାରଙ୍କୁ ଘେରିବ ବିଜେଡି। ଏ ନେଇ ପୁରୀ ଜିଲ୍ଲା ବିଜେଡି ତରଫରୁ ଛଅ ଘଣ୍ଟିଆ ହରତାଳ ଡାକରା ଦେଇଛି। ସେଦିନ ପୁରା ପୁରୀ ଜିଲ୍ଲାରେ ଏହି ହରତାଳ ପାଳନ କରାଯିବ ବୋଲି ପୁରୀରେ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛି ବିଜେଡି। ରାଜ୍ୟ ସରକାର ପିଡିତାକୁ ଠିକ ନ୍ୟାୟ ଦେଇପାରି ନ ଥିବାରୁ ଏହି ହରତାଳ ପାଳନ କରାଯିବ।ବିଜେଡିର ଅଭିଯୋଗ ଯେ, ରାଜ୍ୟ ସରକାର ପୋଲିସ ଏବଂ ପିଡିତାଙ୍କ ପରିବାର ଉପରେ ଚାପ ପ୍ରୟୋଗ କରୁଛନ୍ତି। ହସପିଟାଲରେ ପିଡିତା ବିଭିନ୍ନ ସମୟରେ ତାହାର ବୟନା ବଦଳାଇଥିଲା। ଏହା କେବଳ ସରକାରୀ ଚାପରେ କରାଯାଇଛି। ସେହିପରି ପିଡିତାଙ୍କ ପରିବାର ବର୍ଗଙ୍କ ଉପରେ ଚାପ ପକାଇ ତାଙ୍କର ବୟାନ ମଧ୍ୟ ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଏହି ନିନ୍ଦନୀୟ ଘଟଣା ବୋଲି ବିଜେଡି କହିଛି। ସେଥିପାଇଁ ପିଡିତାକୁ ନ୍ୟାୟ ପ୍ରଦାନ ନ କରିବା ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରୀ ରଖିବ ବୋଲି ଦଳ କହିଛି।ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲାସଭାପତି ଉମାକାନ୍ତ ସାମନ୍ତରାୟ, ବିଧାୟକ ତୁଷାରକାନ୍ତି ବେହେରା, ବିଧାୟକ ସୁନୀଲ ମହାନ୍ତି, ପୂର୍ବତନ ବିଧାୟକ ରୁଦ୍ରପ୍ରସାଦ ମହାରାଥୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *