ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ ଚାଲାଣ ହେଉଥିଲା ବିପୁଳ କଇଁଛ, ୩ ଗିରଫ

ମାଲକାନଗିରି : ବନ ବିଭାଗ ହାତରେ ଲାଗିଲା କଇଁଛ ଚାଲାଣ ରାକେଟ । ଆନ୍ତଃରାଜ୍ୟ କଇଁଛ ଚୋରା ଚାଲାଣ ବେଳେ ଚଢ଼ଉ କରିଛି ମାଲକାନଗିରି ବନ ବିଭାଗ । ୧୦୭୮ ଟି ମଧୁର ଜଳ କଇଁଛ ଜବତ କରିଛି ମୋଟୁ ବନ ବିଭାଗ । ଚୋରା ଚାଲାଣରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ଆନ୍ଧ୍ରପ୍ରଦେଶରୁ ମାଲକାନଗିରିର ଏମପିଭି-୬୫ ଗ୍ରାମକୁ ଚାଲାଣ ବେଳେ ହୋଇଥିଲା ଚଢ଼ଉ । କଇଁଛ ସମେତ ଚୋରାଚାଲାଣରେ ବ୍ୟବହୃତ ଏକ ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ବନ ବିଭାଗ। ଘଟଣାରେ ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave a Reply

Your email address will not be published. Required fields are marked *