
ସମ୍ବଲପୁର: ସାଉଦି ଆରବରେ ବସି ସମ୍ବଲପୁରରେ ବଡ଼ଧରଣର ସାଇବର ଠକେଇ । ଷ୍ଟକ ମାର୍କେଟରେ ନିବେଶ ପ୍ରଲୋଭନ ଦେଖାଇ ଆକାଉଣ୍ଟରୁ ଉଡାଇ ନେଇଥିଲେ 88 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା । ଏଭଳି ଏକ ବଡଧରଣର ସାଇବର ଠକେଇର ପର୍ଦ୍ଦାଫାସ କରିଛି ସମ୍ବଲପୁର ପୋଲିସ । ସାଇବର ଠକେଇ ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ । ନଗଦ ଟଙ୍କା, ପାସବୁକ, ଏଟିଏମ, ଫୋନ, କାର ଜବତ କରିଛି ସମ୍ବଲପୁର ପୋଲିସ । ଗତକାଲି(ମଙ୍ଗଳବାର) ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।ସମ୍ବଲପୁର ପୋଲିସ ଦ୍ୱାରା ବଡ଼ ଧରଣର ସାଇବର ଠକେଇ ଖୁଲାସା ସାଇବର ଠକେଇର ପର୍ଦ୍ଦାଫାସ:ଏକ ବଡ଼ ଧରଣର ସାଇବର ଠକେଇର ଖୁଲାସା କରିବାରେ ସକ୍ଷମ ହୋଇଛି ସମ୍ବଲପୁର ପୋଲିସ । ଏହି ଘଟଣାରେ ସମ୍ବଲପୁର ସାଇବର ଥାନା ପୋଲିସ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 21ଟି ବିଭିନ୍ନ ବ୍ୟାଙ୍କର ଏଡିଏମ୍ ଡେବିଟ୍ କାର୍ଡ, ବିଭିନ୍ନ ବ୍ୟାଙ୍କର 3ଟି ପାସବୁକ ଓ 4ଟି ଚେକ ବୁକ, 9 ଟି ମୋବାଇଲ୍ ଫୋନ ସହିତ ବହୁ ସଂଖ୍ୟକ ସିମ କାର୍ଡ ଓ ଗୋଟିଏ କାର(ଓଆର୍-15-ଆର୍-8573) ତଥା 2,50,000 ଟଙ୍କା ନଗଦ ରାଶିକୁ ପୋଲିସ ଜବତ କରିଛି । ଏହା ସହ 13ଟି ମ୍ୟୁଲ ଆକାଉଣ୍ଟକୁ ଚିହ୍ନଟ କରି ବିଭିନ୍ନ ଆକାଉଣ୍ଟରେ ଥିବା 7,52,121 ଟଙ୍କାକୁ ଜବତ ଓ ବିଭିନ୍ନ ଆକାଉଣ୍ଟର ପ୍ରାୟ 12,55,545 ଟଙ୍କାକୁ ଫ୍ରିଜ୍ କରିଛି ପୋଲିସ ।ସମ୍ବଲପୁର ପୋଲିସ ଦ୍ୱାରା ବଡ଼ ଧରଣର ସାଇବର ଠକେଇ ଖୁଲାସାଗିରଫ ଅଭିଯୁକ୍ତ ।
ଅଭିଯୁକ୍ତ ମଧ୍ୟରେ ସମ୍ବଲପୁରର 2 ଜଣ ତଥା ଖୋର୍ଦ୍ଧା ଓ ଦେବଗଡ଼ର ଜଣେ ଲେଖାଏଁ ରହିଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ କୁମ୍ଭାରପଡ଼ାର ପ୍ରଶାନ୍ତ ମେହେର(37), ଟାଉନଥାନା ଅନ୍ତର୍ଗତ ଗୋଲବଜାରର କୃଷ୍ଣ ସାହୁ(38), ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ଚନ୍ଦଶେଖରପୁର ଥାନା ଅଞ୍ଚଳର ବିଶ୍ୱଜିତ ନାୟକ(36) ଓ ଦେବଗଡ଼ ଜିଲା କୁଣ୍ଢେଇଗୋଲା ଥାନା କୁଣ୍ଢେଇଗୋଲାର ସୁବ୍ରତ ପ୍ରଧାନ(32) । ଏ ସମ୍ପର୍କରେ ସମ୍ବଲପୁର ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏକ ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ମୁକେଶ ଭାମୁ ।ସମ୍ବଲପୁର ପୋଲିସ ଦ୍ୱାରା ବଡ଼ ଧରଣର ସାଇବର ଠକେଇ ଖୁଲାସାଜବତ ଟଙ୍କା ଆକାଉଣ୍ଟରୁ ଉଡାଇ ନେଲେ 88ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା:ସମ୍ବଲପୁର ଏସପି ମୁକେଶ ଭାମୁ କହିଛନ୍ତି, ‘ଗତ ଜୁଲାଇ 31ରେ ସାଇବର ଠକେଇର ଶିକାର ହୋଇ 88 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଥିବା ଅଇଁଠାପାଲିର ରମେଶ ଚନ୍ଦ୍ର ବିଶ୍ୱାଳ ନାମକ ଜଣେ ବ୍ୟକ୍ତି ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଏତଲାରେ ସେ ଷ୍ଟକ୍ ମାର୍କେଟରେ ନିବେଶ ପାଇଁ ପରାମର୍ଶ ଅନୁସନ୍ଧାନ କରିବା ସମୟରେ ତାଙ୍କ ନିକଟକୁ ବିଭିନ୍ନ ହ୍ୱାଟ୍ସ୍ଆପ୍ ଗ୍ରୁପରୁ ମ୍ୟାସେଜ୍ ଆସି ଟଙ୍କା ନିବେଶ କରିବାକୁ ପ୍ରଲୋଭିତ କରାଯାଇଥିଲା
କେମିତି ଠକେଇର ଶିକାର ହେଲେ ?‘ତେବେ ସେ ଓ ତାଙ୍କ ପରିବାର ବର୍ଗ ସାହା ଇନଭେଷ୍ଟମେଣ୍ଟ ଟିମ୍ ନାମକ ଏକ ହ୍ୱାଟ୍ସଆପ୍ ଗ୍ରୁପ୍ର ପରିଚାଳକ ରୋହନ ସାହାଙ୍କ ସଂସ୍ପର୍ଶରେ ଆସିଥିଲେ । ସେ କଲଭର୍ଟ ଡିମେଟ୍ ନାମକ ପ୍ଲାଟଫର୍ମର ଲିଙ୍କ୍ ହ୍ୱାଟ୍ସଅପରେ ପ୍ରେରଣ କରି ଏଥିରେ ଟଙ୍କା ନିବେଶ ପାଇଁ ତାଙ୍କ ସହିତ ତାଙ୍କ ପରିବାର ବର୍ଗଙ୍କୁ ମଧ୍ୟ ରାଜି କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ବିଭିନ୍ନ ପର୍ଯ୍ୟାୟରେ ସେ ଏହି ପ୍ଲାଟଫର୍ମରେ ଟଙ୍କା ନିବେଶ କରିବାକୁ ଲାଗିଲେ । ଏଥିରେ ସେ ଓ ତାଙ୍କ ପରିବାର ବର୍ଗ ପର୍ଯ୍ୟାୟ କ୍ରମେ ମୋଟ 88 ଲକ୍ଷରୁ ଅଧିକ ଟଙ୍କା ନିବେଶ କରିଥିଲେ ମଧ୍ୟ କୌଣସି ପ୍ରକାର ରିଟର୍ଣ୍ଣ ନ ମିଳିବାରୁ ଏହି ପ୍ଲାର୍ଟଫର୍ମକୁ ନେଇ ଖୋଜାଖୋଜି କରିବା ପରେ ଏହା ଏକ ନକଲି ୱେବସାଇଟ୍ ବୋଲି ଜାଣିବାକୁ ପାଇଲେ ।’ ବୋଲି ଏସପି କହିଛନ୍ତି ।ସାଇବର ଥାନାରେ ଏତଲା:ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଣକ ପ୍ରଥମେ 1930 ଜାତୀୟ ସାଇବର ଅପରାଧ ହେଲ୍ପଲାଇନ୍ ରେ ଘଟଣାକୁ ନେଇ ରିପୋର୍ଟ କରି ପରବର୍ତ୍ତୀ ସମୟରେ କ୍ଷେତରାଜପୁର ସ୍ଥିତ ସାଇବର ଥାନାରେ ଏତଲା ଦେଇଥିଲେ । ତାଙ୍କ ଏତଲା ଆଧାରରେ କ୍ଷେତରାଜପୁର ଥାନାରେ କେସ୍ ନମ୍ବର 14/2025ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ସେହିପରି ଜିଲ୍ଲାରେ ଥିବା ମ୍ୟୁଲ ଆକାଉଣ୍ଟ ଗୁଡ଼ିକ ଉପରେ କଟକଣା ଲଗାଇବାକୁ ଅଭିଯାନ ଆରମ୍ଭ କରାଯାଇଛି । ତେବେ ଏଭଳି ଲୋଭର ବଶବର୍ତ୍ତୀ ହୋଇ ରିଜର୍ଭ ବ୍ୟାଙ୍କର ନିୟମ ଉଲ୍ଲଂଘନ କରୁଥିବା ଅର୍ଥଲଗାଣକାରୀ ସଂସ୍ଥାର ସଠିକ୍ ଯାଞ୍ଚ କରି ଅର୍ଥ ନିବେଶ କରିବାକୁ ସମ୍ବଲପୁର ଏସପି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ।ସମ୍ବଲପୁର ପୋଲିସ ଦ୍ୱାରା ବଡ଼ ଧରଣର ସାଇବର ଠକେଇ ଖୁଲାସାଜବତ ପାସବୁକ ।
ମ୍ୟୁଲ ଆକାଉଣ୍ଟ କଣ ?ମ୍ୟୁଲ୍ ଆକାଉଣ୍ଟ ହେଉଛି ଏକ ବ୍ୟାଙ୍କ ଜମାଖାତା, ଯାହା ସାଇବର ଠକମାନେ ଚୋରି କିମ୍ବା ବେଆଇନ୍ ଭାବରେ ଅର୍ଜିତ ଟଙ୍କାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଏହି ଆକାଉଣ୍ଟକୁ ବ୍ୟବହାର କରନ୍ତି । ସାଇବର ଠକମାନେ ଚୋରି ଟଙ୍କାକୁ ଆଇନସିଦ୍ଧ କରିବା ପାଇଁ ବା କଳା ଟଙ୍କାକୁ ଧଳା କରିବା ପାଇଁ ତଥା ମନି ଲଣ୍ଡରିଂ ପାଇଁ ମ୍ୟୁଲ ଆକାଉଣ୍ଟକୁ ବ୍ୟବହାର କରି ଥାଆନ୍ତି । ଖାଲି ସେତିକି ନୁହେଁ ଟଙ୍କା ଠକେଇ ଲୁଚାଇବା ଓ ଠକେଇ ତଥା ସନ୍ଦେହ ଜନକ ଆର୍ଥିକ କାରବାରର ଠିକଣା ଖୋଜିବାରେ ପୋଲିସ ବା ସାଧାରଣ ଲୋକଙ୍କୁ ଭ୍ରମିତ କରିବା ଲକ୍ଷ୍ୟରେ ଏଭଳି ଆକାଉଣ୍ଟ ବ୍ୟବହାର ହୋଇଥାଏ । ପ୍ରାୟତଃ ଲୋକେ ସହଜ ଟଙ୍କା ଉପାର୍ଜନ ଲୋଭରେ ଏଥିରେ ସାମିଲ ହୁଅନ୍ତି ।