
ଜଗତସିଂହପୁର: ଥାନାରେ ଥାର୍ଡ ଡିଗ୍ରୀ । ଜଗତସିଂହପୁର ଜିଲ୍ଲା ବିରିଡି ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ । ବାଲିଆ ଅଞ୍ଚଳର ପାର୍ଥ ସାରଥୀ ଦାସ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ଥାନା ଭିତରେ ଅମାନୁଷିକ ମାଡ ଯୋଗୁ ଗୁରୁତର ଥିଲେ। ଚିକିତ୍ସିତ ହେବା ପରେ ଗତ ୩ ତାରିଖରେ ଜଗତସିଂହପୁର ଏସପି ଓ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି ପାର୍ଥ ।ଅଭିଯୋଗ ଅନୁସାରେ ଗତ ଜୁଲାଇ ୨୫ତାରିଖ ଦିନ ବିରିଡି ବ୍ଲକ କାର୍ଯ୍ୟାଳୟରେ ବିଧାୟକ ରମାକାନ୍ତ ଭୋଇଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହେବାର ଥିଲା । ମାତ୍ର ସମୀକ୍ଷା ବୈଠକ ନକରି ବିଧାୟକ ଚାଲିଯିବା କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଘଟଣା ସ୍ଥଳରୁ ପାର୍ଥଙ୍କୁ ଉଠାଇ ନେଇ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଏସପିଙ୍କ ପ୍ରତିକ୍ରିୟା ମିଳିନାହିଁ ।