ପୋଲସରା: ନିଜ ଅର୍ଥରେ ଖାଲ ମରାମତି କଲେ ଯୁବକ ଗୋଷ୍ଠୀ

ପୋଲସରା (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର ପୁରୁଣା ବସଷ୍ଟାଣ୍ଡ ରାସ୍ତାର ମଧ୍ଯ ଭାଗରେ ଥିବା ଖାଲ ମରାମତି କଲେ ଯୁବକ ଗୋଷ୍ଠୀ। ପୋଲସରାରୁ ମା’ସିଂହାସନୀ କୁ ସଂଯୋଗ କରୁଥିବା ମୁଖ୍ୟ ସଡ଼କର, ଚିରିକିପଡା ଶାସନ ଗ୍ରାମର ପୁରୁଣା ବସଷ୍ଟାଣ୍ଡ ସ୍ଥିତ ରାସ୍ତାର ମଧ୍ଯ ଭାଗରେ ଦିର୍ଘ ଦିନ ଧରି ଏକ ଖାଲ ଥିବାରୁ ସାଧାରଣ ଲୋକ ସେହି ରାସ୍ତା ଦେଇ ଯିବାଆସିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାକୁ ଦେଖି ଚିରିକିପଡା ଶାସନ ଗ୍ରାମର ଲିଙ୍ଗରାଜ ସାହୁ,ସଞ୍ଜୟ ସାହୁ, ବାସୁଦେବ ନାୟକ, ପୃଥିବୀରାଜ ନାୟକ, ସରୋଜ ସାହୁ,ସାଗର ସାହୁ, ରବିଶଙ୍କର ପ୍ରଧାନ, ରଜନୀ ଜେନା ମିଳିତ ଭାବେ ନିଜସ୍ୱ ଅର୍ଥରୁ ସିମେଣ୍ଟ ଓ ବାଲି ଗୁଡି ଆଣି ଶ୍ରମଦାନ କରି ଖାଲ ମରାମତି କରିଥିଲେ। ଯୁବକ ଗୋଷ୍ଠୀଙ୍କ ଏହି ପରି କାର୍ଯ୍ଯ ଦେଖି ପ୍ରଶଂସାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *