ରାଜ୍ୟରେ ବଢୁଥିବା ହିଂସା ବିରୋଧରେ ମୁଖ୍ୟମନ୍ତ୍ରୀ ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ, ଡିଜି ଦେବେ ରିପୋର୍ଟ

ଭୁବନେଶ୍ବର: ରାଜ୍ୟରେ ଯେପରି ହିଂସା ବଢିବାରେ ଲାଗିଛି ସେଥିରେ ରାଜ୍ୟ ସରକାର ବଦନାମ ହେବାରେ ଲାଗିଛନ୍ତି। କେଉଁଠି ଗଣବଳତ୍କାର, କେଉଁଠି ଆତ୍ମହତ୍ୟା, କେଉଁଠି ହତ୍ୟା ପରି ଘଟଣା ବଢିବାରେ ଲାଗିଛି। ଏହାକୁ ରୋକିବାରେ ପୋଲିସ କାହିଁକି ବିଫଳ ହୋଇଛି ସେ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ବୈଠକ। ଲୋକସେବା ଭବନରେ ଏହି ବୈଠକ ଆଜି ଅପରାହ୍ନରେ ବସିବ ବୋଲି ସ୍ଥିର ହୋଇଛି।ଏହି ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଗୁଇନ୍ଦା ମୁଖ୍ୟ, କ୍ରାଇମ ବ୍ରାଞ୍ଚ ମୁଖିଆ ପ୍ରମୁଖ ଯୋଗଦେବେ। ସେମାନଙ୍କୁ ଏକ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। କେଉଁଠି କିପରି ଭୁଲ ରହୁଛି ଏବଂ ତାହାର ଭବିଷ୍ୟତ ସମାଧାନ କଣ ହେବ ସେସବୁ ଲେଖି ଆଣିବା ପାଇଁ କୁହାଯାଇଛି। ବିଭିନ୍ନ ଘଟଣାରେ ଗୁଇନ୍ଦା ବିଭାଗ କାହିଁକି ସୂଚନା ଦେବାରେ ବିଫଳ ହୋଇଛି ସେ ନେଇ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *