
ଗଜପତି: ମଦ ପିଇ ଆମ୍ବୁଲାନ୍ସରେ ଶୋଇପଡ଼ିଲେ ମଦ୍ୟପ ଡ୍ରାଇଭର । ମେଡିକାଲ ଯିବା ରାସ୍ତାରେ ଡ୍ରାଇଭରଙ୍କ ଏଭଳି ବ୍ୟବହାର ପରେ ହଟହଟା ଗର୍ଭବତୀ ଓ ପରିବାର । ଶେଷରେ ପ୍ରାଇଭେଟ ଗାଡ଼ିରେ ଗର୍ଭବତୀଙ୍କୁ ବ୍ରହ୍ମପୁର MKCG ନେଲେ ସମ୍ପର୍କୀୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକରେ । ସମ୍ପର୍କୀୟ ମାନେ ରୋଗୀଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ଅନ୍ୟ ଏକ ଗାଡ଼ି ଡାକି ବ୍ରହ୍ମପୁର ଯାଇଛନ୍ତି । ଘଟଣାର ତଦନ୍ତ କରି ଡ୍ରାଇଭର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଡିିଏମଓ ଡ଼ ମହମ୍ମଦ ମୁବାରକ୍ ଅଲ୍ଲୀ ।
ଆମ୍ବୁଲାନ୍ସରେ ଶୋଇପଡିଲା ମଦ୍ୟପ ଡ୍ରାଇଭର ଆମ୍ବୁଲାନ୍ସରେ ରୋଗୀ ଛାଡି ଶୋଇପଡିଲା ମଦ୍ୟପ ଡ୍ରାଇଭରଏ ଘଟଣା ନେଇ ସିଡିଏମଓଙ୍କ ସହ ଯୋଗାଯୋଗ କରିଥିଲା ଇଟିଭି ଭାରତ । ସିଡିଏମଓ କହିଛନ୍ତି ଯେ ‘‘ଏହି ଘଟଣା ନେଇ ଆମ୍ବୁଲାନ୍ସର ଆଉଟ ସୋର୍ସିଂ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି । ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆବଶ୍ୟକସ୍ଥଳେ ସେହି ଡ଼୍ରାଇଭରଙ୍କୁ ନିଶ୍ଚିତ ରୂପେ କାର୍ଯ୍ୟରୁ ନିଲମ୍ୱିତ କରାଯିବ ’’।ଘଟଣାରୁ ପ୍ରକାଶ ଯେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରୁ ଏକ ଆମ୍ବୁଲାନ୍ସ କାନିକି ପଦର ଗ୍ରାମର ବିଜୟ ରଇତଙ୍କ ପତ୍ନୀ ଗର୍ଭବତୀ ନନ୍ଦିନୀ ରଇତଙ୍କୁ ନେଇ ଗତ କାଲି ରାତିରେ MKCG ବ୍ରହ୍ମପୁର ଯାଉଥିଲା । ହେଲେ ରାସ୍ତାରେ ଡ୍ରାଇଭର କୌଣସି କାମ ଲାଗି ଗାଡିରୁ ଓହ୍ଲାଇଥିଲା । ସେଠାରୁ କିଛି କିଲୋମିଟର ଯିବା ପରେ ଡ୍ରାଇଭରଙ୍କ ହାବଭବ ବଦଳି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ହଠାତ୍ ସେ ଗାଡ଼ି ସାଇଡ କରି ଶୋଇ ପଡ଼ିଥିଲା । ରୋଗୀଙ୍କ ପରିବାର ଲୋକେ ତାଙ୍କ ଅବସ୍ଥା ସଙ୍କଟପନ୍ନ ଥିବାରୁ ଅନ୍ୟ ଏକ ଗାଡ଼ି ଡାକି ବ୍ରହ୍ମପୁର ଯାଇଥିଲେ ।ଗଞ୍ଜାମରେ ଆମ୍ବୁଲାନ୍ସର ବିକଳ ସେବାନିକଟରେ ପଡୋଶୀ ଜିଲ୍ଲା ଗଞ୍ଜାମରେ ରୋଗୀ ସେବା କ୍ଷେତ୍ରରେ ନିୟୋଜିତ ରହିଥିବା ରାଜ୍ୟ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଥିଲା । ବାଲୁଗାଁ ସରକାରୀ ମେଡିକାଲରୁ ଅଧିକ ଚିକିତ୍ସା କରାଇବା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ 20 ବର୍ଷୀୟ ଯୁବକଙ୍କୁ ଅଣାଯାଉଥିବା ବେଳେ ଜିଲ୍ଲାର ଖଲ୍ଲିକୋଟ ଘାଟିରେ ମଧ୍ୟରାତ୍ରରେ ଗାଡ଼ି ହଠାତ୍ ଖରାପ ହୋଇଯିବା ଯୋଗୁଁ ପ୍ରାୟ 3 ଘଣ୍ଟା ଧରି ଫସି ରହିଥିଲେ ପରିବାର ବର୍ଗ । ଶେଷରେ ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ମଧ୍ୟରେ ରହିବା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ଅସୁସ୍ଥ ଯୁବକଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ପହଞ୍ଚାଇଥିଲା । ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ଅସୁସ୍ଥ ଯୁବକଙ୍କ ମୃତ୍ୟୁ ଘଟିସାରିଥିଲା ।ତେବେ ସରକାର କୋଟି କୋଟି ଅର୍ଥ ଖର୍ଚ୍ଚକରି ଲୋକଙ୍କ ସେବାରେ 102/108 ଗାଡ଼ି ଯୋଗାଉଛନ୍ତି । ଖାସ କରି ଗର୍ଭବତୀ ମହିଳାଙ୍କ ପାଇଁ ସରକାରଙ୍କ ଅନେକ ବ୍ୟବସ୍ଥା ରହିଛି । କିନ୍ତୁ କେତେବେଳେ ଆମ୍ବୁଲାନ୍ସ ଖରାପ ତ ପୁଣି କେତେବେଳେ କିଛି ଅସାଧୁ ମଦ୍ୟପ ଡ୍ରାଇଭରଙ୍କ ଲାଗି ଏହି ସେବାରୁ ବଞ୍ଚିତ ହେଉଛନ୍ତି ରୋଗୀ ।