
ଭଞ୍ଜନଗର ୦୯/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭାଇଭଉଣୀର ନିବିଡ଼ ଓ ପବିତ୍ର ସଂପର୍କର ପର୍ବ ରକ୍ଷାବନ୍ଧନ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ତରଫରୁ ବହୁ ଆଡ଼ମ୍ବରେ ପାଳନ କରାଯାଉଛି । ଏହି ଅବସରରେ ସଂସ୍ଥା ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟ ଆବୁର ଗ୍ରାମ ବିକାଶ ବିଭାଗର ଭାଇସ-ଚେୟାରପର୍ସନ ତଥା ସିନିୟର୍ ରାଜଯୋଗୀ ବ୍ରହ୍ମାକୁମାର ରାଜୁ ଭାଇ ଓ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ କରକମଳରେ ଶାନ୍ତି ସ୍ରୋତ ଭବନର ତୃତୀୟ ମହଲାରେ ଭୋଜନାଳୟର ଉଦ୍ଘାଟନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବିକାଶରେ କୃଷି ଏକ ଅନବଦ୍ୟ କାର୍ଯ୍ୟ। ଜୈବିକ ଖତ ଓ ରାଜଯୋଗ ପ୍ରୟୋଗରେ କିଭଳି ଭାବରେ କୃଷିରେ ଅଧିକରୁ ଅଧିକତର ଅମଳକ୍ଷମ ହୋଇପାରିବା, ସହଜ ଓ ସରଳ ଉପାୟ ମାନ ପୁଙ୍ଖାନୁପୁଙ୍ଖ ଭାବରେ ରାଜଯୋଗୀ ରାଜୁ ଭାଇ ଅବଗତ କରାଇଲେ । ଆର.ଟି.ଓ ଶ୍ରୀ ଶୁଭେନ୍ଦୁ ଶେଖର ରାୟ, ଚେୟାରମେନ ଗୋପବନ୍ଧୁ ମହାପାତ୍ର, ଡ଼ ବିଜୟ କୁମାର ପଣ୍ଡା , କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି ସାର ଉପସ୍ଥିତ ଥିଲେ । ବ୍ରହ୍ମା କୁମାରୀ ସୁଜାତା ଭଉଣୀ ରକ୍ଷାବନ୍ଧନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବାବେଳେ ବ୍ରହ୍ମାକୁମାରୀ ସନ୍ତୋଷିନୀ ଭଉଣୀ ସଂପ୍ରତି ପରିସ୍ଥିତିରେ କୋମଳମତି ଛାତ୍ର ଛାତ୍ରୀ ଓ ଯୁବଗୋଷ୍ଠୀଙ୍କ ବିଚାର, ନିର୍ଣ୍ଣୟ ଶକ୍ତିକୁ ପରିମାର୍ଜିତ ଓ ସୁଦୃଢ କରିବା ଜରୁରୀ । ଏହି ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜରେ ଆଧ୍ୟାତ୍ମିକ ପରିବେଶରେ ରକ୍ଷାବନ୍ଧନ ସହ ନୈତିକ ଶିକ୍ଷା ପ୍ରଦାନ କରିବା ପାଇଁ ନିଜସ୍ବ ମତ ପ୍ରକାଶ କରିଥିଲେ। ବ୍ରହ୍ମା କୁମାରୀ ଲକ୍ଷ୍ମୀ ଭଉଣୀ ସଂଯୋଜନା କରିଥିବା ବେଳେ ବ୍ରହ୍ମା କୁମାର ଅକ୍ଷୟ ଭାଇ ଧନ୍ୟବାଦ ଜ୍ଞାପନ କରିଥିଲେ। ବ୍ରହ୍ମା କୁମାର ବୈକୁଣ୍ଠ, ବ୍ରହ୍ମା କୁମାରୀ ଅଲିଭା, ଅନୀତା, ପ୍ରାପ୍ତି, ପିଙ୍କି ଭଉଣୀଙ୍କ ସମେତ ଅନୁଷ୍ଠାନର ସମସ୍ତ ଭାଇଭଉଣୀ ସହଯୋଗ କରିଥିଲେ । ସପ୍ତାହବ୍ୟାପୀ ଏହି ରକ୍ଷାବନ୍ଧନ ପର୍ବରେ ବିଭିନ୍ନ କାର୍ଯ୍ୟାଳୟ, ସ୍କୁଲ, କଲେଜ, ମେଡିକାଲ, କାରାଗାରରେ ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ବ ରାକ୍ଷୀ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀଙ୍କ ହସ୍ତରେ ବାନ୍ଧି ପବିତ୍ର ସଂପର୍କକୁ ନିବିଡ଼ କରାଯାଇଛି।