ଓଡ଼ିଶାରେ ଟ୍ରମ୍ପ ଟାରିଫ୍ ପ୍ରଭାବ; ଆମେରିକାକୁ ଚିଙ୍ଗୁଡ଼ି ରପ୍ତାନୀ ବନ୍ଦ, ଅନିଶ୍ଚିତତାରେ 20 ଲକ୍ଷଙ୍କ ଜୀବିକା

ଭୁବନେଶ୍ୱର: ଆମେରିକାରେ ଓଡିଶାର ସାମୁଦ୍ରିକ ଉତ୍ପାଦ ତଥା ସି-ଫୁଡର ବେଶ୍ ଡିମାଣ୍ଡ । ସେଠିକା ଗ୍ରାହକଙ୍କ ମଧ୍ୟରୁ ଆମିଷ ଖାଉଥିବା ବିଶେଷ କରି ଚିଙ୍ଗୁଡି ପ୍ରିୟ ଗ୍ରାହକଙ୍କ ସଂଖ୍ୟା ଅଧିକ । ଆମେରିକା ମାର୍କେଟରେ କୋଟି କୋଟି ଟଙ୍କାର ଚିଙ୍ଗୁଡ଼ି ବିକ୍ରି ହୋଇଥାଏ । ଆମେରିକାର ଅଧିକାଂଶ ରାଜ୍ୟରେ ଓଡ଼ିଶା ସ୍ପେଶାଲ୍ ଚିଙ୍ଗୁଡିର ଲୋକପ୍ରିୟତା ରହିଛି । କେବଳ ପ୍ରବାସୀ ଭାରତୀୟ ନୁହନ୍ତି, ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି । ଏହି କାରଣରୁ ‘ଫାଲକନ’ ପଠାଉଥିବା ଚିଙ୍ଗୁଡ଼ି ସୁପରପାଓ୍ବାର ଦେଶର ସୁପର୍ ମାର୍କେଟରେ ଛାଇଯାଇଥାଏ । ଓଡିଶାରୁ ପ୍ରତି ମାସରେ ଆମେରିକାକୁ ଚିଙ୍ଗୁଡ଼ି ରପ୍ତାନି କରାଯାଏ । ଯାହା ଦେଖିବାକୁ ଏବଂ ଖାଇବାକୁ ଭଲ ଲାଗେ । ସ୍ୱତନ୍ତ୍ର ଭାବେ ପ୍ରକ୍ରିୟାକରଣ ବା ପ୍ୟାକେଜିଂ କରାଯାଇ ଆମେରିକାକୁ ପଠାଯାଏ ।ଏବେ ଯେଉଁ ବିତର୍କ ଆରମ୍ଭ ହୋଇଛି ଆମେରିକାର ଆମଦାନୀ ଶୁଳ୍କ ବୃଦ୍ଧି ନେଇ, ସେଥିରେ ପ୍ରଭାବିତ ହେବ ଓଡ଼ିଶାର ଚିଙ୍ଗୁଡ଼ି ଶିଳ୍ପ । ଓଡିଶା ଚିଙ୍ଗୁଡି ଦାମ ଅଧିକ । କେଜି ପିଛା ପାଖାପିଖି ଦାମ 1200 ଟଙ୍କା । ଟାରିଫ୍ ବୃଦ୍ଧି କାରଣରୁ ଅତିରିକ୍ତ ଦର ଲାଗୁ ହେବା ପରେ ଦୁଇ ଗୁଣା ବୃଦ୍ଧି ପାଇପାରେ ଦାମ । ଏହି ଆଶଙ୍କା ପ୍ରକଟ କରିଛନ୍ତି ଓଡ଼ିଶାର ଜଣାଶୁଣା ଉଦ୍ୟୋଗପତି ତଥା ‘ଫାଲକନ୍ ମେରାଇନ୍’ ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ । ତାଙ୍କର ଯୁକ୍ତି ” ସମ୍ପର୍କ ଦୃଷ୍ଟିରୁ ନୁହେଁ ଲୋକଙ୍କର ଆବଶ୍ୟକତା ଦୃଷ୍ଟିରୁ ଅଧିକ ଆମଦାନୀ ଶୁଳ୍କ ବୃଦ୍ଧି ଲଗାଯିବା ଅନୁଚିତ ।

ଚିଙ୍ଗୁଡ଼ି ଅଧିକ ଦାମରେ କିଣେ ଅମେରିକା-“ଆମେରିକା ହେଉଛି ଆମର ଜଣେ ଭଲ ବ୍ୟବସାୟୀ ସହଯୋଗୀ । ଆମେରିକାକୁ ଓଡିଶାରୁ ପ୍ରାୟ 22,000 କୋଟି ଟଙ୍କାର ସିଫୁଡ୍ ରପ୍ତାନି ହୁଏ । ଏବେ 50 ପ୍ରତିଶତ ଅଧିକ ଟାରିଫ୍ ଲାଗୁ କଲେ ବ୍ୟବସାୟ ସମ୍ଭବ ହେବନାହିଁ । ଯଦି ସେମାନେ ଅଧିକ ଦାମରେ କିଣିବେ ଗ୍ରାହକଙ୍କୁ ଅଧିକ ବୋଝ ହେବ । ଆମେ ମଧ୍ୟ ଅଧିକ ଦାମରେ ଚାଷୀଙ୍କଠାରୁ କିଣିବୁ । ଯାହା ମଧ୍ୟ ସମ୍ଭବପର ନୁହେଁ । ପୂର୍ବରୁ ଆମେ 10 ପ୍ରତିଶତ ଅଧିକ ଟାରିଫ ଦେଉଛୁ । ଏବେ 50 ପ୍ରତିଶତ ମିଶିଲେ ମୋଟ 60 ପ୍ରତିଶତ ହେବ । ଏପଟେ ଆମେରିକାକୁ ଭିଏତନାମ, ଇଣ୍ଡୋନେସିଆରୁ କମ ଦରରେ ଚିଙ୍ଗୁଡି ରପ୍ତାନୀ ହେଉଛି । ତେଣୁ ଶସ୍ତାରେ ନଉଠାଇ ସେମାନେ ମହଙ୍ଗା ଦରରେ ଓଡିଶା ଚିଙ୍ଗୁଡି ଉଠାଇବେ ନାହିଁ ” ବୋଲି ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ଚିଙ୍ଗୁଡ଼ି ବ୍ୟବସାୟୀ ।

ଆମେରିକା ପାଇଁ କିଣା, ପ୍ୟାକିଂ ବନ୍ଦ-

“ଆଜିଠୁ ଆମେରିକା ପାଇଁ ଚିଙ୍ଗୁଡ଼ି କିଣା ଏବଂ ପ୍ୟାକିଂ ବନ୍ଦ କରିଛୁ । ଅର୍ଥାତ୍ ଆମେରିକାକୁ ବନ୍ଦ ହେଲା ଚିଙ୍ଗୁଡ଼ି ରପ୍ତାନୀ । ରାଜ୍ୟର ଚାଷୀଙ୍କଠୁ ଚିଙ୍ଗୁଡ଼ି କିଣା ମଧ୍ୟ ବନ୍ଦ ହୋଇଛି । ସାମୁଦ୍ରିକ ଉତ୍ପାଦ/ଖାଦ୍ୟ ରପ୍ତାନି ବନ୍ଦ ହେଲେ ଭାରତ ଉପରେ ପ୍ରଭାବ ପଡିବ । ଓଡ଼ିଶାର ପ୍ରାୟ 15-20ଲକ୍ଷ ଲୋକ ପ୍ରଭାବିତ ହେବେ,” ବୋଲି କହିଛନ୍ତି ତାରାରଞ୍ଜନ ପଟ୍ଟନାୟକ ।

ଓଡିଶାରୁ ବିଭିନ୍ନ ପ୍ରକାର ସାମଗ୍ରୀ ଆମେରିକାର ଗ୍ରାହକଙ୍କ ପାଖକୁ ଯାଏ-

ଚିଙ୍ଗୁଡି …ପ୍ରାୟ 100 ପ୍ରଜାତିର ହେଡଲେସ୍, ପ୍ରୋସେସଡ୍, ସ୍ପେଶାଲ୍ ଚିଙ୍ଗୁଡ଼ି-
ବାସୁମତୀ ଚାଉଳ-
ମସଲା-
ଅନ୍ୟାନ୍ୟ ସାମଗ୍ରୀ-


ଓଡିଶାରୁ ଆମେରିକା ଯାଉଥିବା ଚିଙ୍ଗୁଡ଼ି …
ଫାଲକନ ମେରାଇନ ବାର୍ଷିକ 8000 ଟନ ଚିଙ୍ଗୁଡ଼ି ରପ୍ତାନୀ କରେ, ଯାହାର ଦାମ ପ୍ରାୟ 1100 କୋଟି-
ବାଲେଶ୍ୱର ମେରାଇନ୍, ମ୍ୟାଗନମ୍, B1 ଭଳି କମ୍ପାନୀଗୁଡ଼ିକ ବାର୍ଷିକ 3000 ଟନ୍ ଚିଙ୍ଗୁଡ଼ି ରପ୍ତାନି କରନ୍ତି, ଯାହାର ମୂଲ୍ୟ 300 କୋଟି-
ଓଡ଼ିଶାରେ ମୋଟ 43ଟି ଚିଙ୍ଗୁଡ଼ି ଉତ୍ପାଦନ କେନ୍ଦ୍ର ରହିଛି-
ଓଡ଼ିଶାରେ 18 ବ୍ୟବସାୟୀ ରପ୍ତାନିକାରୀ ରହିଛନ୍ତି-
ଚୁଙ୍ଗିଡ଼ି ରତ୍ପାନୀ ପାଇଁ ପ୍ରାୟ 16 ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ମିଳିଥାଏ-

ଟ୍ରମ୍ପଙ୍କ ଟାରିଫ୍ ବୃଦ୍ଧି, ପ୍ରଭାବିତ ହେବ ଓଡିଶା-

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସରକାରଙ୍କ ଟାରିଫ୍ ବୃଦ୍ଧି ଯୋଗୁଁ ମୁହାଁମୁହିଁ ସ୍ଥିତିରେ ଭାରତ-ଆମେରିକା । ଏଥରେ ପ୍ରଭାବିତ ହେବ ଓଡିଶା ବଜାର । କାରଣ ଓଡିଶାରୁ ଆମେରିକାକୁ ସାମୁଦ୍ରିକ ଉତ୍ପାଦ ସହିତ ମସଲା, ବାସୁମତି ଚାଉଳ ଏବଂ ଅନ୍ୟାନ୍ୟ ଉତ୍ପାଦ ରତ୍ପାନୀ ହୋଇଥାଏ । ଗତ ଜୁଲାଇ 30 ତାରିଖରେ ଭାରତ ଉପରେ ପ୍ରଥମେ 25 ପ୍ରତିଶତ ଟାରିଫ୍ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ପରେ ପୁଣି 25 ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇଛନ୍ତି ଟ୍ରମ୍ପ । ତିନି ସପ୍ତାହ ପରେ ଅର୍ଥାତ ଅଗଷ୍ଟ 27ରୁ ଲାଗୁହେବ 50 ପ୍ରତିଶତ ଟାରିଫ୍।


ଭରତୀୟ ଉତ୍ପାଦକ ଉପରେ ଅତିରିକ୍ତ ଶୁଳ୍କ ଆମେରିକା ଲଗାଇବା ପରେ ଦେଶ ତଥା ରାଜ୍ୟରୁ ଆମେରିକାକୁ ଯୋଗାଣ ହେଉଥିବା ବିଭିନ୍ନ ପ୍ରକାର ସାମଗ୍ରୀ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବିଶେଷକରି ଓଡିଶାରୁ ସ୍ୱତନ୍ତ୍ର ଜାତୀୟ ପ୍ରଜାତିର ଚିଙ୍ଗୁଡ଼ି ଆମେରିକା ବଜାରରେ ବେଶ୍ ଡିମାଣ୍ଡରେ ଥିଲା । ସେଥିରୁ ବର୍ଷକୁ ହଜାର ହଜାର କୋଟି ଟଙ୍କା ପାଉଥିଲେ ଓଡ଼ିଶାର ବ୍ୟବସାୟୀ । ଏବେ ଅତିରିକ୍ତ ଶୁଳ୍କ ଲଗାଇବା ପରେ ଏହାର କ୍ରୟ ଦାମ ଏତେ ବୃଦ୍ଧି ପାଇବ ଯେ ନିୟମିତ ଭାବେ ଏହାକୁ ବ୍ୟବହାର କରୁଥିବା ଗ୍ରାହକ ମୁଁହା ଫେରାଇବାକୁ ବାଧ୍ୟ ହେବେ । ତେଣୁ ଆମେରିକାର ଟାରିଫ୍ ନୀତି ବନ୍ଦ ହେବା ଉଚିତ । ନହେଲେ ଛୋଟ ବଡ଼ ବ୍ୟବସାୟ ଏବଂ ଚାଷୀ ପ୍ରଭାବିତ ହେବେ ବୋଲି ଆଶଙ୍କା କରିଛନ୍ତି ଅର୍ଥନୈତିକ ବିଶେଷଜ୍ଞ 

Leave a Reply

Your email address will not be published. Required fields are marked *