
ଭୁବନେଶ୍ୱର: ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତା କମାଲ କଲେ ଦୁଇ ଓଡିଆ ଆଥଲେଟ୍ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର୍ ବ୍ରୋଞ୍ଜ ପ୍ରତିଯୋଗିତାରେ ଦେଶ ତଥା ରାଜ୍ୟ ପାଇଁ ଆଣିଲେ ସୁନାମ । ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା 100 ମିଟର ହର୍ଡଲ୍ସରେରେ ଗୋଲ୍ଡ ଜିତିଥିବା ବେଳେ ଅନିମେଶ କୁଜୁର ପୁରୁଷ 200 ମିଟର ଦୌଡରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।ଓଡ଼ିଶାରେ ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜିତ । ପ୍ରଥମ ଥର ଭାରତରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜ (WACT) ସଫଳତାର ସହିତ ଆୟୋଜିତ ହୋଇଛି । 17 ଦେଶର ମୋଟ 160 ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଛି । ବିଶ୍ୱ ଅଥଲେଟିକ କଂଟିନେଣ୍ଟାଲ ଟୁର ବ୍ରୋଞ୍ଜ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଭାରତୀୟ ଖେଳାଳି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ 19ଟି ଇଭେଣ୍ଟରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ-Prangya Prasanti Sahu brings glory to the State by clinching gold in the Women’s 100m hurdles କଳିଙ୍ଗ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର୍ ବ୍ରୋଞ୍ଜରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । 100 ମିଟର ହର୍ଡଲ୍ସରେ 13.74 ସେକେଣ୍ଡର ଟାଇମିଂ ସହ ପ୍ରଜ୍ଞା ପ୍ରଥମ ହୋଇଛନ୍ତି । ପୁରୁଷ 100 ମିଟରରେ ଲାଲୁ ଭୋଇ 10.54 ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ମହିଳା 100 ମିଟରରେ 11.86 ସେକେଣ୍ଡ୍ ସହ ଶ୍ରାବଣୀ ନନ୍ଦ ପଞ୍ଚମ ସ୍ଥାନରେ ରହିଛନ୍ତି ।

ପୁରୁଷ 200 ମିଟରରେ ଦୌଡରେ ଅନିମେଶ ପ୍ରଥମ-ଅନିମେଶ କୁଜୁର ପୁରୁଷ 200 ମିଟରରେ ଦୌଡରେ ପ୍ରଥମ ସ୍ଥାନ ହାସଲ କରି ଓଡିଶା ପାଇଁ ଗୌରବ ଆଣିଛନ୍ତି । 20.77 ଟାଇମିଂରେ ସେ ଏହି ସଫଳତା ହାସଲ କରିଛନ୍ତି । ଅନିମେଶ ତାଙ୍କ ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ଛୁଟୁଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୋସିଆଲ ମିଡିଆରେ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।
ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ପ୍ରଥମ-କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍ରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ ପ୍ରଥମ100 ମିଟର ହର୍ଡଲ୍ସରେ 13.74 ସେକେଣ୍ଡ ଟାଇମିଂ ସହ ପ୍ରଜ୍ଞା ପ୍ରଥମମହିଳା 100 ମିଟରରେ 11.86 ସେକେଣ୍ଡ ସହ ଶ୍ରାବଣୀ ନନ୍ଦ ପଞ୍ଚମଅନିମେଶ କୁଜୁର ପୁରୁଷ 200 ମିଟରରେ ପ୍ରଥମ ହୋଇଛନ୍ତି400 ମିଟର ପୁରୁଷରେ ଭାରତର ଟି.କେ ବିଶାଲ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ପ୍ରଥମ ସଫଳତା ଦେଇଥିବା ବେଳେ 45.72 ଟାଇମିଂରେ ଏହି କୃତିତ୍ୱ ଅର୍ଜନ କରିଲେ ଭାରତୀୟ ପ୍ରତିଯୋଗୀ । ସେହିଭଳି 400 ମିଟର ଦୌଡ଼ରେ ମହିଳା ବିଭାଗରେ କର୍ଣ୍ଣାଟକ ଅଥଲେଟ ତଥା ଭାରତୀୟ ଧାବିକା ବିଜୟା କୁମାରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । 53.40.ସେକେଣ୍ଡ ପ୍ରଥମ ସ୍ଥାନରେ ରହି ଭାରତକୁ ଆଉ ଏକ ସଫଳତା ଦେଇଛନ୍ତି ।ସେହିପରି 100 ମିଟରରେ ଭାରତୀୟ ଆଥଲେଟ୍ ତଥା ଓଡିଶାର ଲାଲୁ ପ୍ରସାଦ ଭୋଇ ନିରାଶ କରିଛନ୍ତି । ଏହି ଦୌଡ଼ ବିଭାଗରେ ବାଜି ମାରିଲେ ମାଲେସିଆର ମହମ୍ମଦ ଅଜି । 10.35.ସେକେଣ୍ଡରେ ବିଜୟ ହୋଇଥିଲେ ମହମ୍ମଦ ଅଜି । ସେପଟେ ହୋମ ଗ୍ରାଉଣ୍ଡରେ ଖେଳ ହେଉଥିଲେ ମଧ୍ୟ ନିରାଶ କଲେ ଲାଲୁ ପ୍ରସାଦ ଭୋଇ ଏବଂ ଶ୍ରାବଣୀ ନନ୍ଦ । 100 ମିଟର ପୁରୁଷ ଓ ମହିଳା ଇଭେଣ୍ଟ ଉଭୟ ଭାରତ ପାଇଁ କୌଣସି ମେଡଲ ଆଣିପାରିନାହାନ୍ତି lଏହି ଦିନିକିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବା ଆଶା ସହ ଟୋକିଓ ବିଶ୍ବ ଆଥଲେଟିକ୍ସ ଚାମ୍ପିୟନସିପ ପାଇଁ ଯୋଗ୍ୟତା ଅର୍ଜନ ପାଇଁ ଆଥଲେଟଙ୍କର ଲକ୍ଷ୍ୟ ରହିଛି । ପ୍ରଥମଥର ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି ।