
ଭଞ୍ଜନଗର ୧୨/୦୮ (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଅନ୍ତର୍ଜାତୀକ ଯୁବ ଦିବସ ୧୨ ଅଗଷ୍ଟ ୨୦୨୫ ତାରିଖ ରେ ଯୁବ ରେଡକ୍ରସ ଓ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ପାଳନ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁଶାନ୍ତ କୁମାର ମଲ୍ଲିକ ସଭା ସଂଚାଳନ ସହ ଯୁବ ସ୍ବେଛାସେବୀ ମାନଙ୍କୁ ଉପଯୁକ୍ତ ଶିକ୍ଷା ଗ୍ରହଣ ଓ ମହାବିଦ୍ୟାଳୟ ର ନୀତି ନିୟମ ପାଳନ ପାଇଁ କହିଥିଲେ। କଠିନ ପରିଶ୍ରମ ଓ ଉଚିତ୍ ଶିକ୍ଷା ଗ୍ରହଣ କରି ସମାଜରେ ଜଣେ ସୁପ୍ରତିଷ୍ଟିତ ବ୍ୟକ୍ତିତ୍ଵ ହେବା ପାଇଁ ଛାତ୍ରୀ ମନକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥଲେ ସୁଶ୍ରୀ ସୁମନ ଘୋଷ ଡେପୁଟି କଲେକ୍ଟର ,ଭଞ୍ଜନଗର। ସେ ତାଙ୍କ ବକ୍ତୃତାରେ ଛାତ୍ରୀ ମାନଙ୍କୁ ଯୁବ ଶକ୍ତି ମାଧ୍ୟମରେ ସମାଜର ବିକାଶ ପାଇଁ କହିଥିଲେ ଏହା ଛଡା ମହିଳା ମାନେ ସହନଶୀଳତା ସହ ନିର୍ଭିକ ଭାବରେ ନିଜ ଜ୍ଞାନ ଦ୍ୱାରା ନିଜ ଅଧିକାର କୁ ସାବ୍ୟସ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ। ବରିଷ୍ଠ ଅର୍ଥନୀତି ଅଧ୍ୟାପିକା ଡ଼ଃ ପୁଷ୍ପାଞ୍ଜଳି ପଟ୍ଟନାୟକ ସଭାରେ ମଞ୍ଚସିନ ଥିଲେ। ଯୁବ ରେଡକ୍ରସ ପରିଚାଳିକା ସୁଶ୍ରୀ ରଶ୍ମିତା ବେହେରା ଏହି ପରିପ୍ରେକ୍ଷୀରେ ରେଡକ୍ରସର ଗୁରୁତ୍ୱ, ସାମାଜିକ କାର୍ଯ୍ୟରେ ଭାଗ ନେବା, ସହ ଯୁବ ପ୍ରତିଭାର ବିକାଶ ପାଇଁ ସମାଜିକ ଗଣମାଧ୍ୟମର ଉଚିତ ବ୍ୟବହାର ପାଇଁ ଉଦବୋଧନ ଦେଇଥିଲେ। ଜାତୀୟ ସେବା ଯୋଜନା ଅଧିକାରିଣୀ ଜୟଲକ୍ଷ୍ମୀ ରଥ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଓ ସର୍ବଗୀନ ବିକାଶ ପାଇଁ କର୍ମବୀର ଯୁବ ଶକ୍ତିର ଆବାହକ ବିବେକାନନ୍ଦଙ୍କ ଗୁଣ ଦ୍ୱାରା ସମାଜର କଲ୍ୟାଣ ପାଇଁ ଛାତ୍ରୀ ମାନଙ୍କୁ ପ୍ରେରଣା ଦେଇଥିଲେ। ପରିଶେଷରେ ଅନ୍ୟତମ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ସୁରଜ ଶାସମାଲ ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ବତୀତ ଅନନ୍ୟ ଅଧ୍ୟାପିକା ଓ ଅଧ୍ୟାପକଙ୍କ ମଧ୍ୟରେ ଅରବିନ୍ଦ ଦାସ, ଉର୍ମିଳା ପଟ୍ଟଯୋଶୀ, ଅମୁଲ୍ୟ ଶତପଥୀ, ସନ୍ଧ୍ୟା ରାଣୀ ପ୍ରଧାନ, ଡ଼ଃ ମଞ୍ଜୁ ପ୍ରଭା ଦାସ, ପ୍ରେମଚାନ୍ଦ ମଲ୍ଲିକ, ପଙ୍କଜ ଦାସ, ମୋନାଲିଶା ସାହୁ, ପିୟୁଷ ସ୍ୱାଇଁ, ପ୍ରଭାତୀ ମିଶ୍ର ଏବଂ ସସ୍ମିତା ମିଶ୍ର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୧୦ ରୁ ଅଧିକ ସ୍ବେଛାବିନି ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟଯ୍ୟକ୍ରମକୁ ସଫଳ କରିଥିଲେ।