ବେଗୁନିଆପଡ଼ା: ସୋରଡ଼ାପଲ୍ଲୀରେ ଯୁବକଙ୍କୁ ସଂଘବଦ୍ଧ ଭାବେ ନିର୍ମମ ହତ୍ୟା

ବେଗୁନିଆପଡ଼ା ୧୩/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ମସାଣି ସାହି ଠାରେ ଘଟିଛି ହତ୍ୟା କାଣ୍ଡ । ଜଣେ ଯୁବକଙ୍କୁ ୩ ଜଣ ଯୁବକ ମିଶି ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରିଥିବା ନେଇ ସୂଚନା । ସାଂଗ ହୋଇ ମଦ ପିଇ କୋଦାଳ ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୩ ଜଣ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ୩ ଯୁବକ । କୋଦାଳ ରେ ମୁଣ୍ଡକୁ ହାଣି ଦେଇଥିଲେ । ପରେ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ଯା କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ଥାନାରେ ଆତ୍ମ ସମର୍ପଣ କରିଛି । ଅନ୍ଯ ୨ ଅଭିଯୁକ୍ତ ଫେରାର ଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସହ ପୋଲିସ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି ।