
କେନ୍ଦ୍ରାପଡ଼ା : ଦାଦାଙ୍କ ଶୁଦ୍ଧିକ୍ରିୟାରେ ଚାଲିଗଲା ପୁତୁରା ଜୀବନ। ପୋଖରୀରେ ବୁଡି ନାବାଳକର ମୃତ୍ୟୁ । କେନ୍ଦ୍ରାପଡା ଆଳି ଥାନା ସାନମଙ୍ଗ ଗାଁରେ ଦୁଃଖଦ ଘଟଣା ଘଟିଛି । ମୃତ ନାବାଳକଙ୍କ ନାଁ ଆୟୁଷ୍ମାନ ଜେନା ।ଜଣେ ସମ୍ପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରିୟା ପାଇଁ ନାବାଳକ ଜଣଙ୍କ ବଡ଼ ବାପା ଓ ଦାଦାଙ୍କ ସାଙ୍ଗରେ ଶୁଦ୍ଧି ହେବା ପାଇଁ ଯାଇଥିଲେ । ଦଶାହକ୍ରିୟା ସରିବା ପରେ ସାଙ୍ଗ ମାନଙ୍କ ସାଙ୍ଗରେ ପୋଖରୀରେ ଗାଧୋଉଥିବା ବେବେ ନାବାଳକଙ୍କ ଜଣଙ୍କ ବୁଢିଯାଇଥିଲେ । ବହୁ ଖୋଜାଖୋଜି କଲାପରେ ନାବାଳକ ଜଣଙ୍କର ମୃତଦେହ ମିଳିଥିଲା। ନାବାଳକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।