ଭଞ୍ଜନଗର ଜୟ ଜଗନ୍ନାଥ କୋଚିଂ ସେଣ୍ଟର ର ତ୍ରିରଙ୍ଗା ପଦଯାତ୍ରା

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ପ୍ରତିଟି ଭାରତୀୟ ଙ୍କ ମନରେ ରାଷ୍ଟ୍ରୀୟ ଚେତନା କୁ ଜାଗ୍ରତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଆଜାଦ କି ଅମୃତ ମହୋତ୍ସବ ପାଳନ ପରଠାରୁ ସ୍ୱାଧୀନତା ଦିବସ କୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଉଛି। ସେହିଭଳି ଜୟ ଜଗନ୍ନାଥ କୋଚିଂ ସେଣ୍ଟର ପକ୍ଷରୁ ପରିଚାଳକ ସାଗର ପ୍ରଧାନ ଙ୍କ ଦ୍ୱାରା ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସମାଜ ସେବି ମୁରଲୀ ଧର ପଣ୍ଡା ଶୋଭାଯାତ୍ରା ର ଉଦ୍ଘାଟନ କରିଥିଲେ।ଶିକ୍ଷା କେନ୍ଦ୍ର ର ଛାତ୍ରଛାତ୍ରୀ ମାନେ ନଗର ପରିକ୍ରମା କରି ଦେଶ ପ୍ରେମ ବୋଧ ଗୀତ ଗାନ କରି ବା ସହ ମହାପୁରୁଷ ମାନଙ୍କ ନାମରେ ଜୟଧ୍ୱନି ଦେଇଥିଲେ। ବହୁ ପୁରାତନ ଛାତ୍ରଛାତ୍ରୀ, ନେକ୍ସଟ ଜେନ କମ୍ପୁଟର ଏକାଡେମୀ କର୍ମକର୍ତା ପ୍ରଶାନ୍ତ ରାଉତ, ପ୍ରମୋଦ ପ୍ରଧାନ ଙ୍କ ସହ ବିପଦର ବନ୍ଧୁ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ।