କବିସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ୭୯ ତମ ସ୍ଵାଧୀନତା ଦିବସ ପାଳନ, ପାଠ୍ୟୋପକରଣ ବଣ୍ଟନ ଏବଂ ବୃକ୍ଷ ରୋପଣ

ଭଞ୍ଜନଗର ୧୫/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) କୁଲାଡ଼ କବି ସମ୍ରାଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଡମ୍ବର ପୂର୍ଣ୍ଣ ଭାବେ ୭୯ ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଗୌରୀନନ୍ଦନ ହୋତା ଜାତୀୟ ପତାକା ଉତ୍ତୋଳନ କରି ସଂପ୍ରତି ସମାଜ ପାଇଁ ଏକ ଉତ୍ତମ ନାଗରିକ ଭାବେ ନିଜକୁ ଗଢି ତୋଳିବା ପାଇଁ ଛାତ୍ର/ଛାତ୍ରୀମାନଙ୍କୁ ଆହ୍ଵାନ ଦେଇଥିଲେ ।
ପୁନଃ ପରବର୍ତ୍ତୀ ଅଧିବେଶନରେ କୁଲାଡ଼ ଗ୍ରାମର ଜଣେ ବଦାନ୍ୟ ବ୍ୟକ୍ତିତ୍ୱ ଏ. ଲକ୍ଷ୍ମୀକାନ୍ତ ସୁବୁଦ୍ଧି ଏବଂ ସହଧର୍ମିର୍ଣୀ ଏ.କନ୍ୟା କୁମାରୀ ସୁବୁଦ୍ଧିଙ୍କ ଦ୍ୱାରା ଏକାଦଶ ଶ୍ରେଣୀ ଛାତ୍ର/ଛାତ୍ରୀମାନଙ୍କୁ ପାଠ୍ୟୋପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଗୌରୀନନ୍ଦନ ହୋତା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇ ଛାତ୍ର/ଛାତ୍ରୀମାନଙ୍କୁ ଦେଶ ଗଠନରେ ନିଜକୁ ଉତ୍ସର୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ହିଂମାଶୁ ଶେଖର ମହାନ୍ତି, ବନଖଣ୍ଡ ଅଧିକାରୀ ଯୋଗଦାନ କରି ସରକାରଙ୍କ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମର ସଫଳତା ସଂପର୍କରେ ବୁଝାଇଥିବା ବେଳେ ପ୍ରତ୍ୟେକ ଛାତ୍ର/ଛାତ୍ରୀ ଚାରୋଟି ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ |
କାର୍ଯ୍ୟ ଶେଷରେ ଏନସିସି, ଯେଆରସି ,ସ୍କାଉଟ, ଏକୋ-କ୍ଲବ ଛାତ୍ର/ଛାତ୍ରୀ ଅତିଥିମାନଙ୍କ ସହିତ ବୃକ୍ଷ ରୋପଣ କରିଥିଲେ |
ଉକ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମଳିକ ପରିଚାଳନା କରିଥିବା ବେଳେ, ଏନସିସି ଶିକ୍ଷକ ସୂର୍ଯ୍ୟ ନାରାୟଣ ବେହେରା, ଲକ୍ଷ୍ମୀଧର ସଂଗ୍ରାମ ସିଂ, ଆଲୋକ ସ୍ୱାଇଁ, ସ୍ୱାଗତିକା ସ୍ୱାର, ଶୁଭଶ୍ରୀ ପ୍ରଧାନ, ଦିପିକା ରଥ, ସମସ୍ତ ଅଧ୍ୟାପିକା, ବସନ୍ତ କୁମାର ତାରିଣୀ ସହଯୋଗ କରିଥିଲେ I