ସାହାସିକତା ପାଇଁ 6 ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସ୍ବାଧୀନତା ଦିବସ ଅବସରରେ ଲୋକସେବା ଭବନରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ପଦକ ପ୍ରଦାନ ସମାରୋହ । ସେବାରେ ଥାଇ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଦେଖାଇଥିବା ପୋଲିସ ଅଧିକାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ମେଡ଼ାଲ ଏବଂ ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋଟ 30 ଜଣଙ୍କୁ ପଦକ ପ୍ରଦାନ କରାଯାଇଛି ।ସାହାସିକତା ପାଇଁ 6 ଜଣଙ୍କୁ ରାଷ୍ଟ୍ରପତି ପଦକ:ପୋଲିସ ସେବାରେ ସାହସିକତା ପ୍ରଦର୍ଶନ କରି ଅର୍ଥାତ୍ ଘଞ୍ଚ ଜଙ୍ଗଲରେ ମାଓ ଅପରେସନରେ ସାମିଲ ହୋଇ ସାହସିକତା ଦେଖାଇ ରାଷ୍ଟ୍ରପତି ସାହସିକତା ପୋଲିସ ମେଡାଲରେ ସମ୍ମାନିତ ହୋଇଛନ୍ତି 6ଜଣ ପୋଲିସ କର୍ମଚାରୀ । ସେମାନେ ହେଉଛନ୍ତି;

  • ଗିରିଶ ଚନ୍ଦ୍ର ମାଝୀ,ସବ୍-ଇନ୍ସପେକ୍ଟର, 8ମ ଆଇଆରବି ସ୍ପେଶାଲବାଟାଲିୟନ ଭଞ୍ଜ ନଗର
  • ପବିତ୍ର କୁମାର ସାହୁ, ହାବିଲଦାର ଆର୍ମଡ ଏସଓଜି ଚନ୍ଦକା ଭୁବନେଶ୍ୱର
  • ଉମେଶ ମୁଣ୍ଡା, ହାବିଲଦାର ଦ୍ବିତୀୟ IRBବାଟାଲିୟନ ରାୟଗଡ଼ା
  • ପିତାମ୍ବର ସତ୍ୟନାମୀ, କନଷ୍ଟେବଳ SOG ଚନ୍ଦକା ଭୁବନେଶ୍ୱର
  • କବି ଚନ୍ଦ୍ର ରାଉତ, କନଷ୍ଟେବଳ OSAP ପ୍ରଥମ ବାଟାଲିୟନ ଢେଙ୍କାନାଳ
  • ସୁଶାନ୍ତ କୁମାର ସାଗର, କନଷ୍ଟେବଳ SOG ଚନ୍ଦକା ଭୁବନେଶ୍ୱର

ଗିରିଶ ମାଝୀ କହିଛନ୍ତି,” ଏହା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । କାରଣ 2022ମସିହାରେ ଯେତେବେଳେ ବଲାଙ୍ଗୀର ଗନ୍ଧମାର୍ଦ୍ଦନ ପର୍ବତ ଉପରେ ଆମେ ଅପରେସନ ପାଇଁ ବାହରିଥିଲୁ ଖପ୍ରାଖୋଲ ନିକଟରେ 8 ମାଓବାଦୀଙ୍କ ସହ ଆମର ସାମ୍ନା ହୋଇଥିଲା। ସହଜ ନୁହେଁ ମାଓ ଅପରେସନ । ଜଙ୍ଗଲ ଭିତରେ ଯାଇ ସେମାନଙ୍କୁ ସାମ୍ନା କରିବା ତାହା ପୁଣି ବିନା କୌଣସି ନେଟୱର୍କ, ଆଗ ପଛ ନ ଭାବିକି ସାମ୍ନାରେ ଯାହା ପରିସ୍ଥତି ଉପୁଜିବ ଯାହା ଆମେ ତାଲିମ ପାଇଥାଉ, ସେହିି ଅନୁସାରେ ପୂର୍ବରୁ ଯାହା ଆମକୁ ଇନଷ୍ଟ୍ରକସନ ଥାଏ ସେହି ଆଧାରରେ ଆମେ ଆମର ବୁଦ୍ଧି ବଳ ଆଉ ସାହସ ଦେଖାଇ ସାମ୍ନା କରୁ। ତେଣୁ ଏହି ସମ୍ମାନ ଆମ ପାଇଁ ଅତ୍ୟନ୍ତ ଖୁସି ଆଉ ସମ୍ମାନର ଆଉ ଆମ ସାର୍ଥକ ତାର ପରିଚୟ ଦେବ। “ବିଶିଷ୍ଟ ସେବା ପାଇଁ 2 ଜଣଙ୍କୁ ମେଡାଲ:ସରୋଜ କୁମାର ସାମଲ, ଏସପି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନସତ୍ୟବାଦୀ ମଲ୍ଲିକ, କନଷ୍ଟେବଳପ୍ରଶଂସନୀୟ ସେବା ନିମନ୍ତେ ପଦକ:ଏସ.କେ ଅବଦୁଲ ଫାୟାଜ, ସବ୍ ଇନ୍ସପେକ୍ଟର, କ୍ରାଇମବ୍ରାଞ୍ଚ CB -CIDତେଜ ବାହାଦୂର ଗୁରୁଙ୍ଗ, ସହକାରୀ ସବ୍-ଇନ୍ସପେକ୍ଟର OSAP ରିତାର ବାଟାଲିୟନ ଝାରସୁଗୁଡ଼ାଶରତ ଚନ୍ଦ୍ର ବେହେରା, ସହକାରୀ ସବ୍-ଇନ୍ସପେକ୍ଟର ଭିଜିଲାନ୍ସ ଡିଭିଜନ ଭୁବନେଶ୍ୱରମନୋଜ କୁମାର ଜେନା, ହାବିଲଦାର ,ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକୁରିଟି ଫୋର୍ସ ଭୁବନେଶ୍ୱରଅତୁଲା କୁମାର ବିଶ୍ୱାଲ, ହାବିଲଦାର ଜଗତସିଂହପୁରଜୟନ୍ତୀ ସୁନା, ହାବିଲଦାର APR ବଲାଙ୍ଗୀରତ୍ରିଲୋଚନ ବୁଧିଆ, କନେଷ୍ଟବଳ କଳାହାଣ୍ଡି ଜିଲ୍ଲାନରେଶ କୁମାର ଚୌଧୁରୀ, କନେଷ୍ଟବଳ, ଝାରୁସୁଗୁଡା ଜିଲ୍ଲାମହମ୍ମଦ ତୋସିଫ ରାବାନୀ, କନେଷ୍ଟବଳ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନପରିତୋଷ ମଣ୍ଡଳ, କନେଷ୍ଟବଳ ଭିଜିଲାନ୍ସ କୋରାପୁଟ ଡିଭିଜନଦେବ ପ୍ରସାଦ ମହାନ୍ତି, ହାବିଲଦାର

ଅଗ୍ନିଶମ ସେବା ପାଇଁ ରାଷ୍ଟ୍ରପତିଙ୍କ ପଦକ:ବିଶିଷ୍ଟ ସେବାଭ୍ରମରବର ସେଠ, ପ୍ରମୁଖ ଅଗ୍ନିଶମ କର୍ମଚାରୀ

ପ୍ରଶଂସନୀୟ ସେବା:ପ୍ରଶାନ୍ତ କୁମାର ସାହୁ, ପ୍ରମୁଖ ଅଗ୍ନିଶମ କର୍ମଚାରୀଅଭିମନ୍ୟୁ ପ୍ରଧାନ, ପ୍ରମୁଖ ଅଗ୍ନିଶମ କର୍ମଚାରୀବିଶ୍ୱ ରଞ୍ଜନ ଭୋଇ, ପ୍ରମୁଖ ଅଗ୍ନିଶମ କର୍ମଚାରୀନଗେନ୍ଦ୍ର କୁମାର ଭୋଳ, ପ୍ରମୁଖ ଅଗ୍ନିଶମ କର୍ମଚାରୀ

ଜେଲ କାରାଗାର ସଂଶୋଧନମୂଳକ ସେବାରେ ପ୍ରଶଂସନୀୟ ସେବା ପାଇଁ:କୁଅଁର ମାର୍ଣ୍ଡି, ବରିଷ୍ଠ ଅଧିକ୍ଷକସୁଚିତ୍ରା ଦାସ, ଅଧିକ୍ଷକ

ସୁଚିତ୍ରା ଦାସ କହିଛନ୍ତି,” ଆଜି ଏ ସମ୍ମାନ ମୋ ପାଇଁ ଗର୍ବ ଆଉ ସମ୍ମାନର ପ୍ରତୀକ । କାରଣ ଏ ସମ୍ମାନ ପାଇଁ ମୁଁ ଯେତିକି ଖୁସି ତାଠୁ ଅଧିକ ଖୁସି ମୋ ବାପା ହୋଇଥାନ୍ତେ । କିନ୍ତୁ ବାପା ଏ ଦୁନିଆରେ ନାହାନ୍ତି । ସବୁଠୁ ଗୌରବର କଥା ଯେ ମୁଁ ମୋ ବାପାଙ୍କର ଝିଅ ହୋଇ ତାଙ୍କର ସ୍ବପ୍ନ ପୂରଣ କରିପାରିଛି । ଯେଉଁ ସେବା ଜେଲ ବିଭାଗରେ କରୁଛି ଅନେକ ହାର୍ଡକୋର ଅପରାଧି ଦେଖିଛି ଅନେକ କ୍ରିମିନାଲ ଜେଲରେ ରହିଲା ବେଳେ ମୁଁ ଜେଲର ରହିଛି । ଅନେକଙ୍କୁ ଦେଖିଛି ଗୁହାରି ହୁଅନ୍ତି ।ସେମାନେ ଯେତେ କ୍ରିମିନିଲ ହେଲେ ମଧ୍ୟ ଆଇନ ପରିସରରେ ସେମାନେ ଅପରାଧ ସାବାଡ କରିଛୁ ସଂସ୍କାର ଦ୍ବାରା ସୁଧାରିଛୁ ମଧ୍ୟ । ଅନେକ ପରିବର୍ତ୍ତନ ଦେଖିଛୁ ଅନେକ କ୍ରିମିନାଲଙ୍କୁ ଠାରେ । ତେଣୁ ଏ ସମ୍ମାନ ଆମର କାର୍ଯ୍ୟ ପାଇଁ ଆହୁରି ପ୍ରୋତ୍ସାହନ ଦେବ। “ସେହିପରି ଜୀବନ ସାର୍ଥକ ପଦକରେ ଡାକ୍ତର ରଂଜନ ଭଣ୍ଡାରୀ, ଅତିରିକ୍ତ ନିର୍ଦ୍ଦେଶକ, DHH, କଟକଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।