
ପଶ୍ଚିମବଙ୍ଗ ବର୍ଦ୍ଧମାନରେ ଭୟଙ୍କର ଦୁର୍ଘଟଣା । ବସ୍-ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ସହ ଫସିଥିବା ଅନ୍ୟ ଯାତ୍ରୀଙ୍କ ଉଦ୍ଧାର କରୁଛି ପୋଲିସ ବସରେ ମୋଟ ୪୫ ଯାତ୍ରୀ ଥିଲେ । ଏମାନଙ୍କ ମଧ୍ୟରେ ୫ ଜଣ ପିଲା ସାମିଲ ରହିଥିଲେ । ସମସ୍ତ ଯାତ୍ରୀ ବିହାରର ବୋଲି ଜଣାପଡିଛି ।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଯାତ୍ରୀ ସେଥିରେ ଫସି ଯାଇଥିଲେ । କ୍ରେନ ସାହଯ୍ୟରେ ଟ୍ରକ ଏବଂ ଅଲଗା କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ କରିଥିଲେ । ଦୁର୍ଘଟଣାର ସଠିକ କାରଣ ଜଣାପଡିନି । ଘଟଣାସ୍ଥଳରେ ଥିବା ସିସିଟିଭି ଜବତ କରି ତଦନ୍ତ କରୁଛି ପୋଲିସ । ତେବେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ଟ୍ରକଟି ଛିଡା ହୋଇଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ବସ୍ ଟି ଧକ୍କା ଦେଇଥିଲା ।ପ୍ରତ୍ୟକ୍ଷଦର୍ଶୀ କହିବା ଅନୁସାରେ, ବସର ସ୍ପିଡ ବହୁତ ଅଧିକ ରହିଥିଲା । ତେଣୁ ବସ୍ ଡ୍ରାଇଭର ଠିଆ ହୋଇଥିବା ଟ୍ରକକୁ ନ ଦେଖିପାରି ପଛରୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଅନେକ ଯାତ୍ରୀ ସେଥିରେ ଫସି ଯାଇଥିଲେ ।