
ଆଫ୍ରିକାର ଗିନି, ଚାଦ, କାମେରୁନ୍ ଆଦି ଦେଶର ରାଷ୍ଟ୍ରଦୂତ ଏବଂ ବରିଷ୍ଠ କୂଟନୀତିଜ୍ଞଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ଆଜି କିଟ୍ ଓ କିସ୍ ପରିଦର୍ଶନ କରି ଫେରିଯାଇଛନ୍ତି । ସେମାନେ କିଟ୍ ର ସମସ୍ତ କ୍ୟାମ୍ପସ୍ ବୁଲିବା ସହ କିସ୍ ର ସମସ୍ତ ୟୁନିଟ୍ ବୁଲି ଦେଖିଥିଲେ । କିସ୍ ପରିଦର୍ଶନ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସେମାନେ ପ୍ରଶଂସା କରିଥିଲେ ।ଏହି ଅବସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଶ୍ରୀ ସାମନ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଡ ସାମନ୍ତ କହିଲେ, “ବହୁ ଆଫ୍ରିକୀୟ ଦେଶରୁ ଛାତ୍ରଛାତ୍ରୀ KIITରେ ପାଠପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟକ ଗିନିରୁ । ଆମେ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ସହିତ ଆମର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଆଗ୍ରହୀ ।କିଟ୍ ଓ କିସ୍ ପରିଦର୍ଶନ ପରେ ସନ୍ତୋଷ ବ୍ୟକ୍ତ କରି ଗିନି ରାଷ୍ଟ୍ରଦୂତ କୋଣ୍ଟେ ଆଲାସାନେ ଏଠାରେ ଶିକ୍ଷା, ଗବେଷଣା ଏବଂ ସାଂସ୍କୃତିକ ଆଦାନପ୍ରଦାନ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଥିବା ପ୍ରକାଶ କରିଥିଲେ । ଚାଦ୍ ଗଣରାଜ୍ୟର ରାଷ୍ଟ୍ରଦୂତ ଇଲଜିମା ବାଡ୍ଡା ମାଲୋଟ୍ କିଟକୁ ଏକ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିଥିବାରୁ ସେ ଶ୍ରୀ ସାମନ୍ତଙ୍କୁ ପ୍ରଶଂସା କରିଥିଲେ ।କାମେରୁନ୍ ଗଣରାଜ୍ୟର ଚାର୍ଜ ଡି’ଆଫେୟର୍ସ ଟାଇକ୍ ମାମ୍ବୋ ସିଲଭି ମିଶେଲ୍ କହିଲେ ସେ KIIT ଦ୍ୱାରା ପ୍ରଭାବିତ । କିଟ ଭଳି ମଡେଲ୍ ବିଶ୍ୱବିଦ୍ୟାଳୟ ତାଙ୍କ ଦେଶର ମଧ୍ୟ ହେବା ଉଚିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନରଞ୍ଜନ ମହାନ୍ତି, କିଟ ଇଣ୍ଟରନ୍ୟାସନାଲ ରିଲେସନସ ବିଭାଗ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।