
ଭଞ୍ଜନଗର ୧୬/୦୮ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) ଦେଶ ଶୁକ୍ରବାର ସ୍ୱାଧୀନତା ର ୭୮ତମ ବର୍ଷ ପଦାର୍ପଣ କରିଛି ଏହି ଖୁସିର ଲହରୀ ୧୯୪୭ ମସିହା ରେ ଅଗଷ୍ଟ ମାସ ୧୫ ତାରିଖ ଦିନ ଠାରୁ ହିଁ ସୃଷ୍ଟି ହୋଇଛି। ସେହି ଚିର ସ୍ମରଣୀୟ ଦିବସ କୁ ଭରାତୟ ଜନ ମାନସ ରେ ଉଦ୍ଜୀବିତ କରିବା ପାଇଁ ସମସ୍ତ ସରକାରି ବେସରକାରୀ ସ୍ତରରେ ଏହି ଜାତୀୟ ପର୍ବ ପାଳିତ ହୋଇ ଆସୁଛି। ସେହି ଭଳି ଭଞ୍ଜନଗର ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ସେନା କର୍ମଚାରୀ ସଙ୍ଘ ର ସମ୍ପାଦକ ତ୍ରିନାଥ ଗୌଡ଼ ଯୋଗ ଦେଇ ପତାକା ଉତ୍ତଳନ କରିଥିଲେ। ପ୍ରେସ କ୍ଲବ ସଭାପତି ଲୋକନାଥ କର ସମସ୍ତ ଆୟୋଜନ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଏହି ଅବସରରେ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ, କବିସମ୍ରାଟ ମିଡ଼ିଆ କ୍ଲବ ସଭାପତି ପ୍ରଦୀପ ସ୍ୱାଇଁ, ଏବଂ କ୍ଳବ ର ଅନ୍ୟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।